ନୂଆଦିଲ୍ଲୀ: ଦୁଇ ସପ୍ତାହ ପରେ ସୁପ୍ରିମ୍ କୋର୍ଟ ରାଫେଲ୍ ଲଢୁଆ ବିମାନ ରାଜିନାମା ସମୟରେ ଆର୍ଥିକ ଦୁର୍ନୀତି ହୋଇଥିଲା ବୋଲି କୁହାଯାଉଥିବା ପ୍ରସଙ୍ଗରେ ଆଗତ ନୂଆ ପିଟିସନ୍ର ଶୁଣାଣି କରିବେ।
ଭାରତ ଓ ଫ୍ରାନ୍ସ୍ ମଧ୍ୟରେ ୨୦୧୬ରେ ହୋଇଥିବା ଏହି ରାଜିନାମାରେ ‘ଡାସଲ୍ଟ୍’ କମ୍ପାନି ଜଣେ ଭାରତୀୟ ମଧ୍ୟସ୍ଥକୁ ୧.୧ ନିୟୁତ ୟୁରୋ ‘ଉପହାର’ ଦେଇଥିଲେ ବୋଲି ସଦ୍ୟ ପିଟିସନ୍ ଆସିବା ପରେ ଭାରତର ପ୍ରଧାନ ବିଚାରପତି ଏହି ନିଷ୍ପତ୍ତି ନେଇଛନ୍ତି।
ଏହି ପିଟିସନ୍ଟିକୁ ତାଲିକାଭୁକ୍ତ କରିବା ଲାଗି ଜଣେ ଓକିଲ ଅନୁରୋଧ କରିବାରୁ ଭାରତର ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡ଼େ କହିଲେ ଯେ, ଦୁଇ ସପ୍ତାହ ପରେ ଅଦାଲତ ଉକ୍ତ ପିଟିସନ୍ର ଶୁଣାଣି କରିବ।
/sambad/media/post_attachments/wp-content/uploads/2021/04/raf1.jpg) Image Courtesy of The Times of India
 Image Courtesy of The Times of Indiaସୂଚନାଯୋଗ୍ୟ, ‘ଗୋପନୀୟ ଅଡିଟ୍ ରିପୋର୍ଟ’ରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ‘ମିଡିଆପାର୍ଟ’ ରିପୋର୍ଟ କରିଥିଲା, ରାଫେଲ୍ ଜେଟ୍ର ୫୦ଟି ବୃହଦ୍କାୟ ‘ରେପ୍ଲିକା ମଡେଲ୍’ ନିର୍ମାଣ କରିବା ଲାଗି ଏହି ଅର୍ଥ ଦିଆ ଯାଇଥିବା କଥା କମ୍ପାନି କହିଛି। କିନ୍ତୁ, ସେଭଳି କୌଣସି ମଡେଲ୍ ନିର୍ମାଣ ହୋଇଥିବା ସଂକ୍ରାନ୍ତରେ ନିରୀକ୍ଷକମାନେ କୌଣସି ପ୍ରମାଣ ଦେଇ ପାରି ନାହାନ୍ତି।
ଅଭିଯୋଗ ହେଉଥିବା ଏହି ବେଆଇନ ଦେୟ ବିରୋଧରେ ‘ଫ୍ରେଞ୍ଚ୍ ଆଣ୍ଟି-କରପ୍ସନ୍ ଏଜେନ୍ସି’ ଅଦାଲତକୁ ଯାଇ ନ ଥିବାରୁ ଉଭୟ ବିଚାର ବ୍ୟବସ୍ଥା ଏବଂ ରାଜନୈତିକ କର୍ତ୍ତୃପକ୍ଷଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିବା କଥା ‘ମିଡିଆପାର୍ଟ’ କହିଥିଲା।
‘ଡେଫ୍ସିସ୍ ସଲୁସନ୍ସ୍’ ନାମକ ଏକ ଭାରତୀୟ କମ୍ପାନିର ‘ଇନ୍ଭଏସ୍ ପ୍ରୋଫର୍ମା’ଦ୍ୱାରା ‘ଡାସଲ୍ଟ୍’ ଏହି ‘ଉପହାର’କୁ ବ୍ୟୟ ଭାବେ ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିବା କଥା ମଧ୍ୟ ‘ମିଡିଆପାର୍ଟ’ ରିପୋର୍ଟ ଉଲ୍ଲେଖ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/raf-1.jpg)
