ରାକେଶ ଅସ୍ଥାନାଙ୍କୁ ଦିଲ୍ଲୀ ପୁଲିସ କମିସନର ଭାବେ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ, ଗୁରୁବାର ହେବ ଶୁଣାଣି

ନୂଆଦିଲ୍ଲୀ: ରାକେଶ ଅସ୍ଥାନାଙ୍କୁ ଦିଲ୍ଲୀ ପୁଲିସ କମିସନର ଭାବେ ନିଯୁକ୍ତି ମିଳିବା ପରେ ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା | ବିରୋଧୀ ଦଳ ଏହାକୁ ଅସାମ୍ବିଧାନିକ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ | ଏବେ ଏହି ବିବାଦ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି | ରାକେଶ ଅସ୍ଥାନାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିବା ବେଳେ ଗୁରୁବାର ଏହାର ଶୁଣାଣି ହେବ ବୋଲି ଜଣାପଡିଛି |

ପ୍ରଧାନ ବିଚାରପତି ଏନ.ଭି ରାମନା ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ଆଶା କରାଯାଉଛି। ଅବସର ନେବାକୁ ମାତ୍ର ତିନି ଦିନ ଥାଇ ମଧ୍ୟ ଦିଲ୍ଲୀ ପୁଲିସର ସର୍ବୋଚ୍ଚ ପଦରେ ବସିଥିବା ଶ୍ରୀ ଅସ୍ଥାନାଙ୍କ ନିଯୁକ୍ତିକୁ ଓକିଲ ଏମ.ଏଲ୍ ଶର୍ମା ଚ୍ୟାଲେଞ୍ଜ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଗୃହ ମନ୍ତ୍ରାଳୟର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଶ୍ରୀ ଶର୍ମା ଏକ ଅବମାନନା ମାମଲା ଦାଖଲ କରିଛନ୍ତି । ସେ ଯୁକ୍ତି କରିଛନ୍ତି ଯେ, ଶ୍ରୀ ଅସ୍ଥାନାଙ୍କ ନିଯୁକ୍ତି ସୁପ୍ରିମକୋର୍ଟ ୨୦୧୮ରେ ଦେଇଥିବା ଆଦେଶର ଉଲ୍ଲଂଘନ ଅଟେ।

ସମ୍ବନ୍ଧିତ ଖବର