ନୂଆଦିଲ୍ଲୀ: ନଭେମ୍ବର ୧୧ ତାରିଖରେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଞ୍ଜୁର ହୋଇଥିବା ଅନ୍ତରୀଣ ଜାମିନ ଆଉ ଚାରି ସପ୍ତାହ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି। ୨୦୧୮ରେ ଏକ ଆତ୍ମହତ୍ୟା ମାମଲାରେ ଜଡ଼ିତ ଥିବା ଦର୍ଶାଇ ମୁମ୍ବାଇ ପୁଲିସ୍  ଗୋସ୍ୱାମୀ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା।

Advertisment

ଏହା ବ୍ୟତିରେକେ, ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଏକ ସପ୍ତାହ ବିତାଇ ଥିବା ଗୋସ୍ୱାମୀଙ୍କୁ କାହିଁକି ନଭେମ୍ବର ୧୧ ତାରିଖରେ ଜାମିନ ମିଳିଲା ତା’ର କାରଣ ମଧ୍ୟ ବିଚାରପତି ଡି. ଓ୍ଵାଇ. ଚନ୍ଦ୍ରଚୂଡ଼ ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଛନ୍ତି।

publive-image Image Courtesy of The Economic Times

ବିଚାରପତି ଚନ୍ଦ୍ରଚୂଡ଼ କହିଲେ ଯେ, ସ୍ଥପତି କମ୍ପାନିର ମୁଖ୍ୟଙ୍କୁ ଆତ୍ମହତ୍ୟା କରିବା ନିମନ୍ତେ ଜାମିନ ଆବେଦନକାରୀମାନେ ବାଧ୍ୟ କରି ଥିବା କୁହାଯାଇ ପାରିବ ନାହିଁ। ଯଦି ହାଇକୋର୍ଟ ପ୍ରାଥମିକ ଅନୁସନ୍ଧାନ ଭିତ୍ତିରେ ଏହା କରୁଥିବେ, ତେବେ ‘ଏଫ୍‌ଆଇଆର୍‌’ ଏବଂ ‘ଆଇପିସି ଧାରା ୩୦୬’ ମଧ୍ୟରେ କୌଣସି ସମ୍ବନ୍ଧ ନ ଥିବା କଥା ତାଙ୍କର ଦୃଷ୍ଟି ଗୋଚର ହୋଇ ନ ଥିବ।

ବାକି ରହିଲା ଅଭିଯୁକ୍ତ ପ୍ରମାଣ ପରିବର୍ତ୍ତନ କରିବା ଓ ଖସି ପଳାଇବା କଥା। ପୂର୍ବରୁ ଏ ଭଳି ଅନେକ ଥର ଘଟିଛି। ଏ କ୍ଷେତ୍ରରେ ମାମଲାଟି ହେଉଛି ଜଣେ ନାଗରିକର ବ୍ୟକ୍ତିଗତ ସ୍ୱାଧୀନତା ସମ୍ପନ୍ଧୀୟ। ଜାମିନ ଆବେଦନକାରୀମାନେ ଭାରତର ଅଧିବାସୀ। ସେମାନେ ଖସି ପଳାଇବା କିଂବା ପ୍ରମାଣ ପରିବର୍ତ୍ତନ କରିବାର ଆଶଙ୍କା ନାହିଁ।