ନୂଆଦିଲ୍ଲୀ: ଅନୁସୂଚିତ ଜାତି/ଜନଜାତି ସଂଶୋଧନ ଆଇନ୍-୨୦୧୮ର ସାମ୍ବିଧାନିକ ବୈଧ୍ୟତାକୁ ସୁପ୍ରିମ୍ କୋର୍ଟ ସୋମବାର ଦିନ କାଏମ ରଖିଛନ୍ତି। ଅନୁସୂଚିତ ଜାତି/ଜନଜାତି ସମ୍ପ୍ରଦାୟଙ୍କ ପ୍ରତି ଅତ୍ୟାଚାର କରିଥିବା ବ୍ୟକ୍ତିଙ୍କୁ ଆଗୁଆ ଜାମିନ ନ ଦେବାକୁ ଏହି ଆଇନ୍ରେ ବ୍ୟବସ୍ଥା ରହିଛି। ଏହି ଆଇନ୍ରେ ପୂର୍ବରୁ ଥିବା ବ୍ୟବସ୍ଥାକୁ ସୁପ୍ରିମ୍ କୋର୍ଟଙ୍କ ୨୦୧୮ ମସିହା ମାର୍ଚ ୨୦ ତାରିଖ ରାୟ ଦୁର୍ବଳ କରିଦେଉଥିଲା। ସେ ରାୟକୁ ରଦ୍ଦ କରିବା ନିମନ୍ତେ ଏହି ଆଇନ୍ରେ ସଂଶୋଧନ କରାଯାଇଥିଲା।
Image Source: Zee Newsବିଚାରପତି ଅରୁଣ ମିଶ୍ର, ବିନୀତ ସରଣ ଏବଂ ରବୀନ୍ଦ୍ର ଭଟଙ୍କ ଖଣ୍ଡପୀଠ ସଂଶୋଧିତ ଆଇନ୍କୁ ଚାଲେଞ୍ଜ୍ କରି ଦାଏର କରାଯାଇଥିବା ଆବେଦନର ଶୁଣାଣି କରିଛନ୍ତି। ୨୦୧୮ ମସିହା ମାର୍ଚ ୨୦ ତାରିଖର ରାୟକୁ ସମୀକ୍ଷା କରିବା ନିମନ୍ତେ କେନ୍ଦ୍ର ସରକାର ଏହି ଆବେଦନ କରିଥିଲେ।
ତୁରନ୍ତ ଗିରଫ ଏବଂ ଆଗୁଆ ଜାମିନ ନିଷେଧ କରାଯିବା ଲାଗି ଅନୁସୂଚିତ ଜାତି/ଜନଜାତି ଆଇନ୍ରେ କେନ୍ଦ୍ର ସରକାର କରିଥିବା ସମସ୍ତ ସଂଶୋଧନକୁ କାଏମ ରଖାଯିବ ବୋଲି ୨୦୧୯ ଅକ୍ଟୋବର ମାସରେ ଖଣ୍ଡପୀଠ ଆଭାସ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/sc.jpg)