ଦିଲ୍ଲୀ ସରକାର ଓ ଉପ-ରାଜ୍ୟପାଳ ବିବାଦ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ରାୟ : ରାଜ୍ୟପାଳଙ୍କୁ ଜମି, ପୁଲିସ ଓ ଆଇନଶୃଂଖଳା ଓ ଦିଲ୍ଲୀ ସରକାରଙ୍କୁ କାର୍ଯ୍ୟପାଳିକା କ୍ଷମତା

ନୂଆଦିଲ୍ଲୀ:  ଦିଲ୍ଳୀରେ ଚାଲିବ କାହାର ହୁକୁମ? ଦୀର୍ଘ ଦିନ ହେବ ଦିଲ୍ଲୀରେ ଏହାକୁ ନେଇ ଉପରାଜ୍ୟପାଳ ଓ ଦିଲ୍ଳୀ ସରକାରଙ୍କ ଭିତରେ ଚାଲିଥିବା ବିବାଦ ଉପରେ ଆଜି ସୁପ୍ରିମକୋର୍ଟ  ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ରାଜ୍ୟପାଳଙ୍କ ପାଖରେ ଜମି, ପୁଲିସ ଓ ଆଇନଶୃଂଖଳା ପରିଚାଳନା କରିବାର କ୍ଷମତା ରହିବ । ଦିଲ୍ଲୀ ସରକାରଙ୍କ ପାଖରେ ରହିବ କାର୍ଯ୍ୟପାଳିକା କ୍ଷମତା । ସେହିପରି ବିଦ୍ୟୁତ୍ ବିଲ୍ ଦେୟ ଓ ଅନ୍ୟାନ୍ୟ ସେବା ପ୍ରସଙ୍ଗରେ ଦିଲ୍ଳୀ ସରକାରଙ୍କ ପାଖରେ ଅଧିକାର ରହିବ ବୋଲି କହିଛନ୍ତି ଦୁଇ ଜଣିଆ ଖଣ୍ଡପୀଠ ।

ତେବେ ସ୍ଥାନାନ୍ତର ଓ ନିଯୁକ୍ତିକୁ ନେଇ ଦୁଇ ବିଚାରପତିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଜଷ୍ଟିସ୍ ଏ.କେ. ସିକ୍ରି ଶୁଣାଣିରେ କହିଛନ୍ତି କୌଣସି ଅଫିସରଙ୍କ ନିଯୁକ୍ତି ଓ ଟ୍ରାନ୍ସଫରକୁ ନେଇ ଉପରାଜ୍ୟପାଳ, ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳର ପରାମର୍ଶ ନେଇ ନିଷ୍ପତ୍ତି ନେଇପାରିବେ । ଏହାକୁ ନେଇ ବିଭେଦ ଦେଖାଦେଇଛି । ଏପରିକି କୌଣସି ନିଷ୍କର୍ସ ବାହାରି ନ ପାରିବାରୁ ଏହି ପ୍ରସଙ୍ଗକୁ ତିନି ଜଣିଆ ଖଣ୍ଡପୀଠକୁ ପଠାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତିି  କୋର୍ଟ । ଦୀର୍ଘ ଦିନ ହେବ ଦିଲ୍ଲୀରେ ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦିଲ୍ଲୀ ସରକାର । କେଜ୍ରିୱାଲ ସରକାର ଆସିବା ଦିନଠାରୁ ବାରମ୍ବାର ଦିଲ୍ଲୀର ଉପରାଜ୍ୟପାଳ ଓ ଦିଲ୍ଲୀ ସରକାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

ଆସନ୍ତୁ ଜାଣିବା ଦିଲ୍ଲୀରେ କାହା ପାଖାରେ ରହିବ କେଉଁ କ୍ଷମତା?
– ଜମି,ଆଇଶୃଂଖଳା ଓ ପୁଲିସ କ୍ଷମତା କେନ୍ଦ୍ର ପାଖରେ ରହିବ
– ରାଜସ୍ୱ ଆଦାୟ କ୍ଷମତା ଦିଲ୍ଳୀ ସରକାରଙ୍କ ପାଖରେ ରହିବ
– ବିଦ୍ୟୁତ୍ ବିଲ୍, ଦେୟ ନିର୍ଦ୍ଧାରଣ ଓ ବିଭାଗରେ ନିଯୁକ୍ତି ଦିଲ୍ଲୀ ସରକାରଙ୍କ ପାଖରେ ରହିବ
– ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତି ଉପରାଜ୍ୟପାଳଙ୍କ ଅଧିନରେ ରହିବ
– କମିଶନ ଏନକ୍ୟୁରୀ କେନ୍ଦ୍ର ଅଧୀନରେ ରହିବ
– ନିଯୁକ୍ତି ନେଇ ୨ବିଚାରପତିଙ୍କ ଭିତରେ ମତଭେଦ

ସମ୍ବନ୍ଧିତ ଖବର