ବ୍ୟବସ୍ଥାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ଇଣ୍ଟରନେଟ୍‌ ଯୁଗରେ ଅତି ପୁରୁଣାକାଳିଆ ବା ମାନ୍ଧାତା ଅମଳର ଯୋଗାଯୋଗ ବ୍ୟବସ୍ଥା ଉପରେ ନିର୍ଭର କରାଯାଉଥିବାରୁ ସୁପ୍ରିମ କୋର୍ଟ ଚକିତ ହୋଇଛନ୍ତି। ବେଲ୍‌ ଆଦେଶ ଗ୍ରହଣ ପାଇଁ ଜେଲ୍‌ କର୍ତ୍ତୃପକ୍ଷ ପୁରୁଣାକାଳିଆ ଯୋଗାଯୋଗ ବ୍ୟବସ୍ଥା ଉପରେ ନିର୍ଭରଶୀଳ ଥିବାରୁ ଦେଶର ସର୍ବୋଚ୍ଚ ଅଦାଲତ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସୁପ୍ରିମ କୋର୍ଟ ଖୁବଶୀଘ୍ର ନିରାପଦ ଇଣ୍ଟରନେଟ୍‌ ଯୋଗାଯୋଗ ବ୍ୟବସ୍ଥାର ବିକାଶ କରିବାକୁ କହିଛନ୍ତି କହିଛନ୍ତି। ଏହି ବ୍ୟବସ୍ଥା ଦ୍ବାରା ଜେଲ କର୍ତ୍ତୃପକ୍ଷ ସିଧାସଳଖ ବେଲ୍‌ ଆଦେଶକୁ ପାଇପାରିବେ। ଫଳରେ ବନ୍ଦୀ ଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଛଡ଼ାଯାଇ ପାରିବ। ଏଥିପାଇଁ ସମସ୍ତ ଜେଲ୍‌ରେ ଇଣ୍ଟରନେଟ୍‌ ବ୍ୟବସ୍ଥା କରାଇବାକୁ ସୁପ୍ରିମ୍ କୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜେଲ୍‌ ଅଧିକାରୀ ଅଦାଲତର ଆଦେଶ ୱେବ୍‌ସାଇଟ୍‌ରେ ଅପଲୋଡ ହେବା ପରେ ତୁରନ୍ତ ସେହି ଆଧାରରେ ପଦକ୍ଷେପ ନେବେ। ପ୍ରଧାନ ବିଚାରପତି ଏନ ଭି ରମଣା ଏବଂ ବିଚାରପତି ଏଲ ନାଗେଶ୍ବର ରାଓ ଏବଂ ବିଚାରପତି ଏ ଏସ ବୋପାନ୍ନାଙ୍କୁ ‌ନେଇ ଗଠିତ ଖଣ୍ଡପୀଠ ନିଜଆଡ଼ୁ ଏକ ମାମଲାର ବିଚାର କରି ଏଭଳି ଟିପ୍ପଣୀ କରିଛନ୍ତି। ଦୋଷୀମାନଙ୍କୁ ଅଦାଲତ ବେଲ୍ ମଞ୍ଜୁର କରିବା ପରେ ମଧ୍ୟ ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ଛାଡ଼ିବାରେ ବିଳମ୍ବ କରୁଥିବା ନଜରକୁ ଆସିବା ପରେ ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ।

ସମ୍ବନ୍ଧିତ ଖବର