ସାବରିମାଲା ମାମଲା ଶୁଣାଣି ପରେ ‘ସିଏଏ’ ସଂକ୍ରାନ୍ତ ସମସ୍ତ ମାମଲାର ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ନଅଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠରେ ସାବରିମାଲା ମାମଲାର ଶୁଣାଣି ହେବା ପରେ ଯାଇ ‘ସିଏଏ’ ସଂକ୍ରାନ୍ତ ସମସ୍ତ ମାମଲା ଶୁଣାଣି ନିମନ୍ତେ ଗ୍ରହଣ କରାଯିବ ବୋଲି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି।

‘ସିଏଏ’ ମାମଲାର ଶୁଣାଣି ନିମନ୍ତେ ତାରିଖ ଧାର୍ଯ୍ୟ କରିବାକୁ ବରିଷ୍ଠ ଆଡ୍‌ଭୋକେଟ୍‌ କପିଳ ସିବଲ ଅନୁରୋଧ କରିବାରୁ ତିନିଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ କହିଲେ ଯେ ସାବରିମାଲା ମାମଲା ପରେ ‘ସିଏଏ’ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହେବ।

ପ୍ରଧାନ ବିଚାରପତି ଏସ୍‌ଏ ବୋବଡ଼େଙ୍କ ନେତୃତ୍ୱାଧୀନ ଆଜିର ଏହି ଖଣ୍ଡପୀଠରେ ଥିବା ଅନ୍ୟ ଦୁଇ ବିଚାରପତି ହେଉଛନ୍ତି ବି ଆର୍‌ ଗବାଇ ଏବଂ ସୂର୍ଯ୍ୟ କାନ୍ତ।

Outlook India

ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ ଖଣ୍ଡପୀଠଙ୍କୁ କହିଲେ କି, ଅଳ୍ପ ଦିନ ଭିତରେ କେନ୍ଦ୍ର ସରକାର ସାବରିମାଲା ଏବଂ ଅନ୍ୟାନ୍ୟ ଧାର୍ମିକ ମାମଲା ସଂକ୍ରାନ୍ତରେ ଜବାବ ଦାଖଲ କରିବେ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ସାବରିମାଲା ମନ୍ଦିର ଓ ମସ୍‌ଜିଦ୍‌ ମଧ୍ୟକୁ ମହିଳାଙ୍କ ପ୍ରବେଶ ଆଦି ମାମଲା ସମେତ ଅନ୍ୟ କେତେକ ଧାର୍ମିକ ବ୍ୟବସ୍ଥା ବିଷୟରେ ନଅଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ତର୍ଜମା କରୁଛନ୍ତି।

ସମ୍ବନ୍ଧିତ ଖବର