ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସବରିମାଲା ମନ୍ଦର ମଧ୍ୟକୁ ସବୁ ବୟସର ମହିଳାଙ୍କୁ ପ୍ରଦାନ କରାଯାଇଥିବା ପ୍ରବେଶାଧିକାର ଉପରେ ପୁନଃ ସମୀକ୍ଷା ପାଇଁ ସୁପ୍ରିମ୍ କୋର୍ଟରେ ଆଗତ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି ସୁପ୍ରିମ୍ କୋର୍ଟର ୯ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ବର୍ଦ୍ଧିତ ସାମ୍ବିଧାନିକ ଖଣ୍ଡପୀଠରେ ଆସନ୍ତା ୧୩ ତାରିଖ ସୋମବାର ଠାରୁ ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, ଗତ ୨୦୧୮ରେ ସୁପ୍ରିମ୍ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠ ୩:୨ ମତରେ କେରଳର ପ୍ରସିଦ୍ଧ ସବରିମାଲା ମନ୍ଦର ମଧ୍ୟକୁ ସବୁ ବୟସର ମହିଳାଙ୍କୁ ପ୍ରବେଶାଧିକାର ପ୍ରଦାନ କରିଥିଲେ। ତେବେ ସାମ୍ବିଧାନିକ ଖଣ୍ଡପୀଠର ଏ ନିଷ୍ପତ୍ତିକୁ ବିରୋଧ କରାଯିବା ସହ ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ ଏକ ରିଭ୍ୟୁ ପିଟିସନ ଆଗତ ହୋଇଥିଲା। ହେଲେ, ପ୍ରଦାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ପ୍ରଧାନ ବିଚାରପତି ପଦବୀରେ ଥିବା ଜଷ୍ଟିସ୍ ରଂଜନ ଗୋଗେଇ ତାଙ୍କ ଅବସର ଗ୍ରହଣର ତିନିଦିନ ପୂର୍ବରୁ ଏହି ରିଭ୍ୟୁ ପିଟିସନର ଶୁଣାଣି କରି ଏକ ବର୍ଦ୍ଧିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବାର ଆବଶ୍ୟକତା ରହିଥିବା ଦର୍ଶାଇ ଏହାର ଶୁଣାଣିକୁ ତାଙ୍କ ଉତ୍ତରସୂରୀ ତଥା ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େଙ୍କ ଉପରେ ଛାଡ଼ିଥିଲେ।
Times of Indiaଗତ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େ ଏହି ରିଭ୍ୟୁ ପିଟିସନର ଶୁଣାଣି ଏକ ସାତ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଠପୀଠରେ ହେବ ବୋଲି କହିଥିଲେ। କିନ୍ତୁ ଆଜି ଏହି ଏହି ରିଭ୍ୟୁ ପିଟିସନର ଶୁଣାଣି ସାତ ଜଣିଆ ନୁହେଁ ବରଂ ସୁପ୍ରିମ୍ କୋର୍ଟର ୯ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ବର୍ଦ୍ଧିତ ସାମ୍ବିଧାନିକ ଖଣ୍ଡପୀଠରେ ଆସନ୍ତା ୧୩ ତାରିଖ ସୋମବାର ଠାରୁ ଆରମ୍ଭ ହେବ ବୋଲି ଦର୍ଶାଇ ଆଜି ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ନୂଆ ନୋଟିସ ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/SC.jpg)