ନୂଆଦିଲ୍ଲୀ : ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସୂଚନା ଓ ପ୍ରଯୁକ୍ତିର ବ୍ୟବହାର ଉପରେ ସୁପ୍ରିମକୋର୍ଟ ଅଗ୍ରାଧିକାର ଦେଇଛନ୍ତି। ଏ ନେଇ ସମସ୍ତ ହାଇକୋର୍ଟର ମୁଖ୍ୟବିଚାରପତିଙ୍କୁ ପରାମର୍ଶ ଦେଇଛନ୍ତି।
ଜାତୀୟ ଜୁଡ଼ିସିଆଲ ଡାଟା ଗ୍ରିଡ୍ ଅନୁସାରେ ବର୍ତ୍ତମାନ ଦେଶର ସମସ୍ତ ହାଇକୋର୍ଟ ମାନଙ୍କରେ ୯୧ ଲକ୍ଷ ୫୬ ହଜାରରୁ ଅଧିକ ଜାମିନ ଆବେଦନ ବିଚାରାଧୀନ ରହିଛି। ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ ଏହି ବିଚାରାଧୀନ ମାମଲାଗୁଡ଼ିକର ମନିଟରିଂର ଆବଶ୍ୟକତା ରହିଛି। କାରଣ ସ୍ୱାଧୀନତା କିଛି ଲୋକମାନଙ୍କ ପାଇଁ ଉପହାର ସଦୃଶ ହୋଇପାରିବ ନାହିଁ। ହାଇକୋର୍ଟ ଓ ନିମ୍ନ ଅଦାଲତମାନଙ୍କୁ ଆପରାଧିକ ନ୍ୟାୟ ପ୍ରଣାଳୀର ନିୟମକୁ ଲାଗୁ କରିବା ଦରକାର। ଏଥିପାଇଁ କେବଳ ଜେଲ୍ ନୁହେଁ, ଜାମିନ ପରମ୍ପରା ମଧ୍ୟ ରହିଥିବା ସୁପ୍ରିମକୋର୍ଟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Supreme_Court_Oct26_aj4OuR7_202010.jpg)