ନୂଆଦିଲ୍ଲୀ : ମଣିପୁରରେ ୨ ଜଣ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ସୁପ୍ରିମକୋର୍ଟ ଉକ୍ତ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ନିଜ ଆଡ଼ୁ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟ ଉକ୍ତ ଘଟଣାରେ ହସ୍ତକ୍ଷେପ କରିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଗତକାଲି ଯେଉଁ ଭିଡିଓ ଜାରି ହୋଇଛି ତାହା ଅତ୍ୟନ୍ତ ଉଦ୍ବେଗଜନକ। ଗଣମାଧ୍ୟମରେ ଯେଉଁ ଦୃଶ୍ୟ ସବୁ ଜାରି ହୋଇଛି ତାହା ଘୋର ସାମ୍ବିଧାନିକ ଉଲ୍ଲଂଘନ । ଏହା ମାନବାଧିକାର ଉଲ୍ଲଂଘନ କରିଛି। ମହିଳାଙ୍କୁ ହିଂସାର ଉପକରଣ ଭାବେ ବ୍ୟବହାର କରିବା ସାମ୍ବିଧାନିକ ଗଣତନ୍ତ୍ରରେ ଅଗ୍ରହଣୀୟ। କୋର୍ଟ ଉକ୍ତ ଘଟଣା ସଂକ୍ରାନ୍ତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଆମେ ସରକାରଙ୍କୁ କିଛି ସମୟ ଦେଉଛୁ। ଯଦି ରାଜ୍ୟ ଓ କେନ୍ଦ୍ର ସରକାର ଉକ୍ତ ପ୍ରସଙ୍ଗରେ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ପଦକ୍ଷେପ ଗ୍ରହଣ ନକରିବେ ତେବେ କୋର୍ଟ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍ ନରସିଂହ ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଉକ୍ତ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କହିଛନ୍ତି।
ସୁପ୍ରିମକୋର୍ଟଙ୍କ ଚେତାବନୀ: କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ନଚେତ ଆମେ କରିବୁ
/sambad/media/post_attachments/wp-content/uploads/2023/07/654s6f5h465sfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)