ନୂଆଦିଲ୍ଲୀ: ବରିଷ୍ଠ ବିଚାରପତିମାନଙ୍କର ଅସନ୍ତୋଷକୁ ନେଇ ସୁପ୍ରିମକୋର୍ଟରେ ଦେଖାଦେଇଥିବା ବିବାଦର ଖୁବ୍ ଶୀଘ୍ର ଅବସାନ ହୋଇଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନିକଟତମ ମହଲରୁ ଜାଣିବାକୁ ମିଳିଛି। ବିଭିନ୍ନ ଜନସ୍ୱାର୍ଥ ମାମଲାର ଆବଣ୍ଟନକୁ ନେଇ ଆପତ୍ତି ଉଠାଇଥିବା ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍ ଜେ.ଚେଲମେଶ୍ୱର ଗତ ୧୮ ତାରିଖରୁ ନୂଆଦିଲ୍ଲୀରେ ଅନୁପସ୍ଥିତ ରହିଥିବାରୁ ଏ ବାବଦରେ କିଛି ସହମତିଭିତ୍ତିକ ଆଲୋଚନା ହୋଇପାରିନାହିଁ। ତେବେ ମାମଲା ଆବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ଚାରି ବିଦ୍ରୋହୀ ବରିଷ୍ଠ ବିଚାରପତି ଦେଇଥିବା ପ୍ରସ୍ତାବକୁ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଆନ୍ତରିକତାର ସହ ଅନୁଧ୍ୟାନ କରୁଥିବା ବିଶେଷ ସୂତ୍ରରୁ ଜଣାଯାଇଛି।
ଜଷ୍ଟିସ୍ ମିଶ୍ର ବିଭିନ୍ନ କନିଷ୍ଠ ବିଚାରପତିମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଏବଂ ସୁପ୍ରିମକୋର୍ଟ ଓକିଲ ସଂଘ ଦେଇଥିବା ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ଦାଏର ହେଉଥିବା ମାମଲାଗୁଡ଼ିକୁ ବିଭିନ୍ନ ଖଣ୍ଡପୀଠରେ ଆବଣ୍ଟନ କରିବା ପ୍ରକ୍ରିୟାକୁ ସାର୍ବଜନୀନ ହେବ ବୋଲି ଏହି ସୂତ୍ରରୁ କୁହାଯାଇଛି। ଏ ବାବଦରେ ପ୍ରଧାନ ବିଚାରପତି ନେଉଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ େଓ୍ଵବ୍ସାଇଟ୍ରେ ସ୍ଥାନିତ କରାଯିବ ବୋଲି ଜଣାଯାଇଛି।
ସୁପ୍ରିମ୍କୋର୍ଟ ବିବାଦର ସମାଧାନ ବାଟ : ମାମଲା ଆବଣ୍ଟନ ସାର୍ବଜନୀନ ହେବ!
/sambad/media/post_attachments/wp-content/uploads/2018/01/supreme.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)