ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର କାର୍ଯ୍ୟଶୈଳୀକୁ ନେଇ ସୁପ୍ରିମକୋର୍ଟ ଖପ୍ପା ହୋଇଛନ୍ତି | ଆଉ ସେଥିପାଇଁ ସୁପ୍ରିମକୋର୍ଟ ସିବିଆଇକୁ ସଫଳତା ହାର ବାବଦରେ ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ସିବିଆଇ ଦ୍ୱାରା ତଦନ୍ତ କରାଯାଉଥିବା ମାମଲାଗୁଡ଼ିକରେ ଅଯଥା ବିଳମ୍ବ ଦର୍ଶାଇ ସୁପ୍ରିମକୋର୍ଟ ଏଜେନ୍ସିର ସଫଳତା ହାର ସମ୍ପର୍କରେ ତଥ୍ୟ ମାଗିଛନ୍ତି। ବାସ୍ତବରେ, ଗୋଟିଏ ମାମଲାରେ ସିବିଆଇ ୫୪୨ ଦିନ ପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରି ସିବିଆଇର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି |
ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ସିବିଆଇକୁ ପଚାରିଛନ୍ତି ଯେ କେତେଗୋଟି ମାମଲାକୁ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟରେ ଉପସ୍ଥାପନ କରି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଏଜେନ୍ସି ସଫଳ ହୋଇଛି | ଯେଉଁ ସବୁ ମାମଲାଗୁଡିକରେ ସିବିଆଇ ତଦନ୍ତ କରିବାରେ ସଫଳ ହୋଇଛି ସେସବୁ ସୁପ୍ରିମକୋର୍ଟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି | ସେହିପରି ଆଇନଗତ ପ୍ରକ୍ରିୟା ସଂପର୍କରେ ଏଜେନ୍ସିକୁ ମଜବୁତ କରିବା ପାଇଁ ସିବିଆଇ ନିର୍ଦ୍ଦେଶକ କେଉଁ ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଏମ ଏମ ସୁନ୍ଦରେଶଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ସିବିଆଇର କିଛି ଉତ୍ତରଦାୟିତ୍ୱ ରହିବା ଉଚିତ।
ଖଣ୍ଡପୀଠ କହିଛନ୍ତି ଯେ ଏଜେନ୍ସି କେବଳ ଏକ ମାମଲା ପଞ୍ଜିକରଣ କରିବା ଏବଂ ଅନୁସନ୍ଧାନ କରିବା ପର୍ଯ୍ୟାପ୍ତ ନୁହେଁ, ବରଂ ସଫଳତାର ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଚେଷ୍ଟା କରିବାର ଆବଶ୍ୟକତା ଅଛି | ଆଉ ସୁପ୍ରିମକୋର୍ଟ ବର୍ତ୍ତମାନ ସିବିଆଇ ତଦନ୍ତ କରୁଥିବା ମାମଲା ଓ ସଫଳତାର ସହ ସମାପ୍ତ ହୋଇଥିବା ମାମଲାଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ବାସ୍ତବରେ, ଖଣ୍ଡପୀଠ ୨୦୧୮ ମସିହାରେ ଜମ୍ମୁ-କଶ୍ମୀର ହାଇକୋର୍ଟ ଦେଇଥିବା ଏକ ରାୟକୁ ନେଇ ସିବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/supremecourt.jpeg)