ଡିଏନଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଡିଏନଏ ପରୀକ୍ଷା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ | ଜଣେ ବ୍ୟକ୍ତିଙ୍କୁ ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରାଇବା ଅର୍ଥ ହେଉଛି ଯେ ଆମେ ତାଙ୍କର ବ୍ୟକ୍ତିଗତ ଅଧିକାର ଉପରେ ହସ୍ତକ୍ଷେପ କରିବା | ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ କାହାକୁ ଡିଏନ୍ଏ ପରୀକ୍ଷା ପାଇଁ ବାଧ୍ୟ କରିପାରିବୁ ନାହିଁ। ଡିଏନ୍ଏ ପରୀକ୍ଷାକୁ ସାଧାରଣ ପ୍ରକ୍ରିୟା ଭାବରେ ନୁହେଁ ବରଂ କେବଳ ଜରୁରୀକାଳୀନ ମାମଲାରେ ଏହି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ | କାରଣ ଡିଏନ୍ଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରିବା ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ସ୍ୱାଧୀନତା ତଥା ଗୋପନୀୟତା ଅଧିକାରର ଉଲ୍ଲଂଘନ କରାଯିବ |

ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ସମ୍ପର୍କକୁ ପ୍ରମାଣ କରିବାକୁ ଅନ୍ୟ ପ୍ରମାଣ ଉପଲବ୍ଧ ଅଛି, ତେବେ କୋର୍ଟ ସାଧାରଣତଃ ଡିଏନଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ଉଚିତ୍ ନୁହେଁ। ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀ ଏବଂ ଜଷ୍ଟିସ ହୃଷିକେଶ ରାୟଙ୍କ ଖଣ୍ଡପୀଠ କହିଛନ୍ତି ଯାଆଁଳା ଶିଶୁଙ୍କୁ ଛାଡି ପ୍ରତ୍ୟେକ ବ୍ୟକ୍ତିଙ୍କ ଡିଏନ୍ଏ ଭିନ୍ନ ହୋଇଥାଏ | ତେଣୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନିବା, ପାରିବାରିକ ସମ୍ପର୍କ ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଯାଇପାରିବ ।

କିନ୍ତୁ ଜଣେ ବ୍ୟକ୍ତିଙ୍କୁ ଡିଏନଏ ଦେବାକୁ କେବେ ବି ବାଧ୍ୟ କରାଯାଇପାରିବ ନାହିଁ | ଖଣ୍ଡପୀଠ କହିଛନ୍ତି ଯେ ଯେତେବେଳେ ଅଭିଯୋଗକାରୀ ନିଜେ ଡିଏନ୍ଏ ପରୀକ୍ଷା ଦେବାକୁ ପ୍ରସ୍ତୁତ ନୁହଁନ୍ତି, ତାଙ୍କୁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତା ତଥା ଗୋପନୀୟତା ଅଧିକାରର ଉଲ୍ଲଂଘନ ହେବ। ଏକ ସମ୍ପତ୍ତି ମାଲିକାନାକୁ ନେଇ କୋର୍ଟ ଏଭଳି ରାୟ ଦେଇଛନ୍ତି |

ସମ୍ବନ୍ଧିତ ଖବର