କରୋନାରେ ମୃତକଙ୍କୁ କ୍ଷତିପୂରଣ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ, ସମସ୍ତ ମୃତ୍ୟୁକୁ ଚିକିତ୍ସା ଅବହେଳା ବୋଲି କହିହେବନାହିଁ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗରେ ହୋଇଥିବା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | ଏହି ରାୟରେ କୁହାଯାଇଛି ଯେ ଦ୍ୱିତୀୟ ତରଙ୍ଗରେ କରୋନା କାରଣରୁ ହୋଇଥିବା ସମସ୍ତ ମୃତ୍ୟୁକୁ ଚିକିତ୍ସା ଅବହେଳା ବୋଲି କହିହେବ ନାହିଁ | ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ କୋଭିଡ-୧୯ ଯୋଗୁଁ ହୋଇଥିବା ସମସ୍ତ ମୃତ୍ୟୁ ଅବହେଳା କାରଣରୁ ହୋଇଛି ବୋଲି କୁହାଯାଇପାରିବ ନାହିଁ ।

ଚିକିତ୍ସା ଅବହେଳା ଯୋଗୁଁ ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦେବାକୁ ହୋଇଥିବା ଏକ ଯାଚିକାକୁ ଖାରଜ କରି କୋର୍ଟ ଏହା କହିଛନ୍ତି | ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଆବେଦନକାରୀ ଦୀପକ ରାଜ ସିଂଙ୍କୁ କହିଛନ୍ତି ଯେ ନିଜର ଆବେଦନ ନେଇ ଦକ୍ଷ ଅଧିକାରୀଙ୍କ ନିକଟକୁ ଯାଆନ୍ତୁ | ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି ଯେ କୋଭିଡ -୧୯ କାରଣରୁ ହୋଇଥିବା ପ୍ରତ୍ୟେକ ମୃତ୍ୟୁ ଚିକିତ୍ସା ଅବହେଳା ଯୋଗୁଁ ଘଟିଛି ବୋଲି କହିହେବନି।

ଦ୍ୱିତୀୟ ତରଙ୍ଗର ସାରା ଦେଶରେ ଏପରି ପ୍ରଭାବ ପଡିଥିଲା ​​ଯେ ଚିକିତ୍ସା ଅବହେଳା ହେତୁ ସମସ୍ତ ମୃତ୍ୟୁ ଘଟିଥିବାର ଅନୁମାନ କରାଯାଇପାରିବ ନାହିଁ। ସେହିପରି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶର ବିଭିନ୍ନ ଅବସ୍ଥାକୁ ଦୃଷ୍ଟିରେ ରଖି କୋଭିଡ -୧୯ ଟିକା ଲୋକଙ୍କ ଘରେ ଘରେ ଯାଇ ଦେବା ସମ୍ଭବ ନୁହେଁ |

ସମ୍ବନ୍ଧିତ ଖବର