ସିଏଏ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନ ପାଇଁ ଆଶ୍ୱସ୍ତି ମିଳିଛି । ସିଏଏ ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି କୋର୍ଟ । ଚାରି ସପ୍ତାହ ପରେ ସୁପ୍ରିମକୋର୍ଟରେ ନାଗରିକତା ସଂଶୋଧନ ଆଇନ ନେଇ ଶୁଣାଣି ହେବ । ମାମଲାର ଶୁଣାଣି ନେଇ ସାମ୍ବିଧାନିକ ପୀଠର ଗଠନ ହୋଇପାରେ ଏବଂ ସିଏଏ ଉପରେ ରୋକ ଲଗାଇବା ନେଇ ସାମ୍ବିଧାନିକ ପୀଠ ନିଷ୍ପତ୍ତି ନେବ । ଏହାସହ କୌଣସି ହାଇକୋର୍ଟରେ ସିଏଏ ସମ୍ପର୍କିତ ମାମଲାର ଶୁଣାଣି ହେବନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

https://www.newindianexpress.com/

ନାଗରିିକ ସଂଶୋଧନ ଆଇନ୍ ସଂକ୍ରାନ୍ତ ୧୪୪ଟି ଆବେଦନ ଉପରେ ଶୁଣାଣି କରି ୪ସପ୍ତାହ ଭିତରେ ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ବିଭିନ୍ନ ପକ୍ଷ ଦ୍ୱାରା ଦାଖଲ ହୋଇଥିବା ସିଏଏ ସଂକ୍ରାନ୍ତ ପିଟିସନ ଉପରେ ଶୁଣାଣି କରୁଛନ୍ତି । ଏଠାରେ ସୂଚନା ଥାଉ କି ମୋଦୀ ସରକାର ଯେଉଁ ନୂଆ ବିଲ ଆଣିଛନ୍ତି, ତାହାକୁ ନାଗରିକତା ସଂଶୋଧନ ବିଲ୍ -୨୦୧୯ (ସିଟିଜେନ ଆମେଣ୍ଡମେଣ୍ଟ ବିଲ-୧୯) ର ନାମ ଦିଆଯାଇଛି ।

ଏହି ବିଲ ଅନୁସାରେ, ଆଫଗାନିସ୍ତାନ, ବାଙ୍ଗଲାଦେଶ, ପାକିସ୍ତାନରୁ ଆସୁଥିବା ହିନ୍ଦୁ , ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଈସାଈ ଶରଣାର୍ଥୀଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏଥି ସହିତ ଏହି ସମସ୍ତ ଶରଣାର୍ଥୀ ଭାରତରେ ଅବୈଧ ନାଗରିକ ଭାବେ ଆଉ ପରିଚିତ ହେବେ ନାହିଁ । ସଂଶୋଧିତ ବିଲରେ ଭାରତକୁ ଅବୈଧ ଭାବେ ପ୍ରବେଶ କରିଥିବା ଲୋକଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯିବ କିମ୍ବା ଗିରଫ କରାଯିବ । ଏବେ ସମସ୍ତ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପାଇବା ପାଇଁ ପାଖାପାଖି ୬ବର୍ଷ ରହିବାକୁ ପଡିବ । ପୂର୍ବରୁ ଏହାର ସମୟସୀମା ୧୧ବର୍ଷ ଥିଲା ।

ସମ୍ବନ୍ଧିତ ଖବର