ମୁମ୍ବାଇ: ଅଭିନେତ୍ରୀ ଜିୟା ଖାନ୍ଙ୍କ ଆତ୍ମହତ୍ୟା ମାମଲାରେ ଆଜି ସୁରଜ ପଂଚୋଲିଙ୍କ ବିରୋଧରେ ମୁମ୍ବାଇ ସେସନ୍ କୋର୍ଟରେ ଅଭିଯୋଗ ସ୍ଥିର ହୋଇଛି । କୋର୍ଟ ସୁରଜଙ୍କ ବିରୋଧରେ ରହିଥିବା ପ୍ରମାଣକୁ ଗ୍ରହଣ କରିବା ସହ ସେ ଜିୟା ଖାନ୍ଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା ନେଇ ଅଭିଯୋଗ ସ୍ଥିର କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ମାସରେ ହେବ। ମାମଲାରେ ସୁରଜ୍ଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ତାଙ୍କ ଓକିଲଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିନଥିଲେ। ୩ ଜୁନ୍, ୨୦୧୩ରେ ଜିୟା ଖାନ୍ ଆତ୍ମହତ୍ୟା କରିଥିଲେ। ତାଙ୍କର ସୁଇସାଇଡ୍ ନୋଟରୁ ସୁରଜ୍ ହିଁ ତାଙ୍କୁ ପ୍ରତାରିତ ଏବଂ ଭୟଭୀତ କରି ରଖିଥିବା ଜଣାପଡ଼ିଥିଲା। ଏହି ଘଟଣା ବଲିଉଡ୍ରେ ଆଲୋଡ଼ନ ସୃଷ୍ଟି କରିଥିଲା।
ଜିୟାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ ସୁରଜ ପଞ୍ଚୋଲି
ମୁମ୍ବାଇ ଅଦାଲତରେ ଚାର୍ଜ ଫ୍ରେମ୍
/sambad/media/post_attachments/wp-content/uploads/2018/01/jia_1024_1517319879_618x347-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)