ଟ୍ରେନ୍ ଦୁର୍ଘଟଣାରେ ଦୁଇ ଗୋଡ଼ ଓ ଏକ ହାତ ହରାଇଥିଲେ; ତିନି ଆଙ୍ଗୁଠିରେ ଲେଖି ୟୁପିଏସ୍‌ସି ପାସ୍ କଲେ ସୂରଜ

ମୈନପୁରୀ : ଉତ୍ତରପ୍ରଦେଶ ମୈନପୁରୀରେ ରହୁଥିବା ଦିବ୍ୟାଙ୍ଗ ସୂରଜ ତିୱାରୀ ୟୁପିଏସ୍‌ସି ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି। ‌ଟ୍ରେନ୍ ଦୁର୍ଘଟଣାରେ ସେ ନିଜର ଦୁଇ ଗୋଡ଼ ଓ ଗୋଟିଏ ହାତ ହରାଇଛନ୍ତି। ତା’ ସତ୍ତ୍ବେ ସେ ହାରିଯାଇ ନାହାନ୍ତି। କଠିନ ପରିଶ୍ରମ କରି ୟୁପିଏସ୍‌ସି ପରୀକ୍ଷାରେ ୯୧୭ତମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି କୃତିତ୍ବରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଆନନ୍ଦ ପ୍ରକାଶ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ବିଟ କରିଛନ୍ତି, ‘ମୈନପୁରୀର ଦିବ୍ୟାଙ୍ଗ ସୂରଜ ତିୱାରୀ ପ୍ରଥମ ପ୍ରଚେଷ୍ଟାରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପ୍ରମାଣ କରିଦେଇଛନ୍ତି ଯେ ସଂକଳ୍ପର ଶକ୍ତି ଅନ୍ୟ ସବୁ ଶକ୍ତିଠାରୁ ବଡ଼। ସୂରଜଙ୍କର ଏହି ସୂଯ୍ୟୋପମ ଉପଲବ୍ଧି ପାଇଁ ସେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ସମ୍ବନ୍ଧିତ ଖବର