ସୁରଟ୍: ଗୁଜରାଟର ସୁରଟ ସହରରେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତାର ପରିଚୟ ମିଳିଛି। ଝିଅଟି ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲାର ବୋଲି ଜଣାପଡ଼ିଛି। ଆନ୍ଧ୍ରର ଏକ ଦମ୍ପତି ସୁରଟ୍ ପୁଲିସର ପୋଷ୍ଟର ଦେଖି ଝିଅ ତାଙ୍କର ବୋଲି ଚିହ୍ନିଥିଲେ ଏବଂ ତୁରନ୍ତ ପୁଲିସ ପାଖରେ ଝିଅର ଆଧାର କାର୍ଡ ସହିତ ପହଞ୍ଚିଛନ୍ତି। ଝିଅଟି ଗତବର୍ଷ ଅକ୍ଟୋବର ମାସରେ ନିଖୋଜ ହୋଇଯାଇଥିବା ସେମାନେ କହିଛନ୍ତି। ୯ ବର୍ଷର ଏହି ଶିଶୁକୁ ଭୟଙ୍କର ନିର୍ଯାତନା ଦେଇ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ଶରୀରରେ ୮୬ଟି ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଏହି ମାମଲା ପ୍ରଘଟ ହେବାପରେ ସ୍ଥାନୀୟ ବାସିନ୍ଦା ବଡ଼ ଧରଣର ବିରୋଧ ପ୍ରଦର୍ଶନ କରିଥିଲେ। ସୁରଟ୍ ପୁଲିସ କମିସନର ସତୀଶ ଶର୍ମା କହିଛନ୍ତି ଯେ ପୀଡ଼ିତାର ପରିବାର ସଦସ୍ୟ ଆନ୍ଧ୍ର ପ୍ରଦେଶରୁ ଆସି ସୁରଟ ପହଞ୍ଚି ସାରିଛନ୍ତି। ଖୁବ୍ଶୀଘ୍ର ସେମାନଙ୍କର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି। ସୁରଟ୍ର ପାଣ୍ଡେସରା ସ୍ଥିତ ଏକ କ୍ରିକେଟ ଗ୍ରାଉଣ୍ଡ ନିକଟସ୍ଥ ଲଟାବୁଦା ଭିତରୁ ଝିଅଟିର ମୃତଦେହ ଗତ ୬ ତାରିଖ ଦିନ ଉଦ୍ଧାର କରାଯାଇଥିଲା। ଝିଅଟିକୁ ୮ ଦିନ ଧରି ବର୍ବରୋଚିତ ଯନ୍ତ୍ରଣା ଦିଆଯାଇ ହତ୍ୟା କରାଯାଇଥିଲା। ମୃତଦେହ ମିଳିବା ପରେ ଝିଅଟିର ମୁହଁ ଖୋଲା ଥିବା ଦେଖାଯାଇଥିଲା। ମୁହଁ, ହାତ, ପିଠି ଓ ଗୋଡ଼ରେ ବାନ୍ଧି ରଖାଯାଇଥିବା ଚିହ୍ନ ଥିଲା। ଝିଅଟିର ଗୁପ୍ତାଙ୍ଗରେ ମଧ୍ୟ ଆଘାତ କରାଯାଇଥିଲା। ଦାନ୍ତ ଓ ନାକରେ ମଧ୍ୟ ରକ୍ତ ଜମା ରହିଥିବା ଦେଖିବାକୁ ମିଳିଥିଲା। ଆଖିର ଗଡ଼ିଥିବା ଲୁହ ମୁହଁ ଉପରେ ଶୁଖି ରହିଥିଲା। ସେ କେତେ ଭୟଙ୍କର ଯନ୍ତ୍ରଣା ଦେଇ ଗତି କରିଛି ଏଥିରୁ ସ୍ପଷ୍ଟ ଅନୁମେୟ। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ଝିଅଟିର ଗଳା ଚିପି ହତ୍ୟା କରାଯାଇଛି ।
ସୁରଟ୍ ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡ଼ିତା ଆନ୍ଧ୍ର ପ୍ରଦେଶର
ବାପା-ମା’ଙ୍କ ଡିଏନ୍ଏ ପରୀକ୍ଷା ହେବ
/sambad/media/post_attachments/wp-content/uploads/2018/03/rape-m1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)