ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ସୁରଟର ଶୈଲେଶ କାଲଥିଆଙ୍କ ମୃତ୍ୟୁ ପରେ ବୁଧବାର ବିଳମ୍ବିତ ରାତିରେ ତାଙ୍କ ମୃତଦେହ ସୁରଟରେ ପହଞ୍ଚିଥିଲା। 

Advertisment

ଗୁରୁବାର ତାଙ୍କ ଅନ୍ତିମ ସଂସ୍କାରରେ କେନ୍ଦ୍ରମନ୍ତ୍ରୀ ସି.ଆର. ପାଟିଲ, ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି, ଶିକ୍ଷା ମନ୍ତ୍ରୀ ପ୍ରଫୁଲ ପାନସେରିଆ ଏବଂ ଅନେକ ବିଜେପି ନେତା ଯୋଗ ଦେଇଥିଲେ। ଶବଯାତ୍ରାରେ ହଜାର ହଜାର ଲୋକ ଶୈଳେଶଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସି ପହଞ୍ଚିଥିଲେ।

କେନ୍ଦ୍ରମନ୍ତ୍ରୀ ସିଆର ପାଟିଲ ଶୈଳେଶଙ୍କ ପତ୍ନୀ ଶୀତଲ କାଲଥିଆଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ। ଏହି ସମୟରେ ଶୀତଲ ପହଲଗାମ ଘଟଣାର ଉଲ୍ଲେଖ କରି କହିଥିଲେ, ‘"ଆମେ ସରକାର ଏବଂ ସେନା ଉପରେ ବିଶ୍ୱାସ କରି ପହଲଗାମ ଯାଇଥିଲୁ। ଯଦି ପହଲଗାମରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନଥିଲା ତେବେ ପର୍ଯ୍ୟଟକଙ୍କୁ କାହିଁକି ଯିବାକୁ ଅନୁମତି ଦିଆଯାଇଥିଲା। ଯଦି ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥାଆନ୍ତି ତେବେ ଏଭଳି  ଲୋମଟାଙ୍କୁରା ଘଟଣା ଘଟି ନଥାଆନ୍ତା। 

ଆକ୍ରମଣ ପରେ ବି ଉପତ୍ୟକାର ତଳେ ନିୟୋଜିତ ସେନା କର୍ମଚାରୀମାନେ ଘଟଣା ବିଷୟରେ ଅବଗତ ନଥିଲେ। ଯେତେବେଳେ ଆମେ ଆମ୍ବୁଲାନ୍ସକୁ ଫୋନ୍ କଲୁ, ସେମାନେ ଜାଣିବାକୁ ପାଇଲେ ଯେ ଉପର ମହଲାରେ କିଛି ଏକ ଘଟଣା ଘଟିଛି।