ନୂଆଦିଲ୍ଲୀ: ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ୭୫୦ ମେଗାୱାଟ୍ବିଶିଷ୍ଟ ଏସିଆର ସର୍ବବୃହତ୍ ରେୱା ଅଲ୍ଟ୍ରା ମେଗା ସୋଲାର୍ ପାୱାର୍ ପ୍ରୋଜେକ୍ଟ୍ ଉଦ୍ଘାଟନ କରିଛନ୍ତି।
ଏହି ପ୍ରୋଜେକ୍ଟ୍ ବାର୍ଷିକ ୧୫ ଲକ୍ଷ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ କରାଇବ। ଜାତି ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିବା ପରେ ପ୍ରଧାନମନ୍ତ୍ରୀ କହିଲେ, କେବଳ ଆଜିର ନୁହେଁ, ସୌରଶକ୍ତି ଏକବିଂଶ ଶତାବ୍ଦୀର ପ୍ରମୁଖ ଶକ୍ତି ଆବଶ୍ୟକତାର ମାଧ୍ୟମ ହେବ। କାରଣ ସୌରଶକ୍ତି ହେଉଛି ସୁନିଶ୍ଚିତ, ନିର୍ମଳ ଓ ନିର୍ଭରଯୋଗ୍ୟ।
Image Courtesy of Energetica Indiaସେ ଆହୁରି କହିଲେ ଯେ, ଆଜି ରେୱା ଇତିହାସ ଲେଖିଲା। ରେୱା ମାଆ ନର୍ମଦା ଏବଂ ଧଳାବାଘ ପାଇଁ ସୁପରିଚିତ। ଏବେ ଏହି ପରିଚୟରେ ଏସିଆର ସର୍ବବୃହତ୍ ସୌରଶକ୍ତି ପ୍ରକଳ୍ପ ମିଶିଲା।
ମୁଁ ମଧ୍ୟପ୍ରଦେଶବାସୀଙ୍କୁ ଅଭିବାଦନ ଜଣାଇବା ସହ ଶୁଭେଚ୍ଛା ଜଣାଉଛି। ଏହି ଦଶନ୍ଧିରେ ରେୱାର ଏହି ସୌର ପ୍ଲାଣ୍ଟ୍ ସମଗ୍ର ଅଞ୍ଚଳକୁ ବିରାଟ ଶକ୍ତି କେନ୍ଦ୍ର କରିବାରେ ସହାୟକ ହେବ।
ଏହି ଭର୍ଚ୍ୟୁଆଲ୍ ଉଦ୍ଘାଟନୀ ଉତ୍ସବରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ୍, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ଅକ୍ଷୟଶକ୍ତି ମନନ୍ତ୍ରୀ ଆର୍ କେ ସିଂହ ଏବଂ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/pm-modi-1.jpg)