ନୂଆଦିଲ୍ଲୀ : ୨୦୧୬ ମସିହା ସେପ୍ଟେମ୍ବର ୨୮-୨୯ ରାତିେର ଭାରତୀୟ େସନାବାହିନୀ ଦ୍ବାରା ପାକ୍ ଅଧିକୃତ କଶ୍ମୀରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍କୁ ଆଜି ୨ ବର୍ଷ ପୂରିଛି। ଆତଙ୍କବାଦୀମାନେ ଉରି ସାମରିକ ଘାଟି ଉପରେ ଆକ୍ରମଣ କରିବାରୁ ୧୯ ଜଣ ଯବାନ ସହିଦ ହୋଇଯାଇଥିଲେ। ଏହାର କଡ଼ା ଜବାବ ଦେଇ ଭାରତୀୟ ସେନାବାହିନୀ ପିଓକେରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିେଲ। ଏହି ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ େଯାଧପୁରରେ ‘ପରାକ୍ରମ ପର୍ବ ଉଦ୍ଘାଟନ କରିଛନ୍ତି ଏବଂ ଦେଶ ନିଜର ବୀର ଯବାନଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯୁଦ୍ଧ ସ୍ମାରକୀସ୍ଥଳରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏକ ବୈଠକରେ ପ୍ରଧାନମନ୍ତ୍ରୀ େମାଦୀ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ୩ ସେନାବାହିନୀର ମୁଖ୍ୟ ଦେଶର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସେନାବାହିନୀ ଉଦ୍ଦେଶ୍ୟରେ ଏକ ବାର୍ତ୍ତାରେ କହିଛନ୍ତି ଯେ ଭାରତ ନିଜର ସାମରିକ ଶକ୍ତି ପାଇଁ ଗର୍ବିତ, ଦେଶର ଯବାନ ଜନ୍ମମାଟିର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସମର୍ପିତ। ସର୍ଜିକାଲ୍ ଷ୍ଟ୍ରାଇକ୍ର ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଦ୍ବାରା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଇଣ୍ଡିଆ ଗେଟ୍ରେ ୩ ଦିନିଆ ପ୍ରଦର୍ଶନୀ ମଧ୍ୟ କରାଯାଉଛି। ଭାରତୀୟ ନୌସେନା ବାହିନୀ ଦ୍ବାରା ମଧ୍ୟ ମୁମ୍ବାଇ ଏବଂ ଗୋଆରେ ଦୁଇ ଦିନିଆ କାର୍ଯ୍ୟକ୍ରମ କରାଯାଉଛି।