‘ଘର୍ ମେଁ ଘୁସ୍ କେ ମାରେଙ୍ଗେ’ : ସର୍ଜିକାଲ ଷ୍ଟ୍ରାଇକ୍-୨ ପରେ ହ୍ଵାଟ୍ସଆପ୍ରେ ଭାଇରାଲ ହେଉଛି ଫିଲ୍ମ ‘ଉରୀ’ର ଏହି ଡାଏଲଗ୍
ନୂଆଦିଲ୍ଲୀ : “ହିନ୍ଦୋସ୍ତାନ ଅବ୍ ଚୁପ୍ ନେହିଁ ବେଠେଗା । ୟେ ନୟା ହିନ୍ଦୋସ୍ତାନ ହୈ। ୟେ ଘର୍ ମେଁ ଘୁସେଗା ଭି, ଅର୍ ମାରେଗା ଭି” । କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ‘ଉରୀ : ଦ ସର୍ଜିକାଲ ଷ୍ଟ୍ରାଇକ୍’ରେ ଥିବା ଏହି ଡାଏଲଗ୍ ଆପଣମାନଙ୍କର ମନେ ଥିବ ନିଶ୍ଚୟ । ଏହି ଫିଲ୍ମ ରିଲିଜ୍ ହେବା ପରେ ପରେ ସମସ୍ତଙ୍କ ମୁହଁରେ ଏହି ଡାଏଲଗ୍ ରହିଥିଲା । କିନ୍ତୁ ଧୀରେ ଧୀରେ ଦିନ ବିତିବା ସହ ଏହି ଡାଏଲଗ୍ର ନିଶା ମଧ୍ୟ ଲୋକମାନଙ୍କ ମୁଣ୍ଡରୁ ଓହ୍ଲାଇ ଯାଇଥିଲା । କିନ୍ତୁ ଆଜି ପାକିସ୍ତାନକୁ ପୁଲଓ୍ଵାମା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା ନିଜର ପରାକ୍ରମ ଦେଖାଇବା ପରେ ଫିଲ୍ମ ‘ଉରୀ’ର ସେ ଡାଏଲଗ୍ ପୁଣି ଚର୍ଚ୍ଚାକୁ ଆସିଛି ।
ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଖାସ୍ କରି ହ୍ଵାଟ୍ସଆପ୍ରେ ଏହି ଡ଼ାଏଲଗ୍ ଏବେ ଘୁରି ବୁଲୁଛି । ଲୋକମାନେ ନିଜ ଜିତିବାର ଖୁସିକୁ ପାଳନ କରିବାକୁ ଯାଇ ହ୍ଵାଟ୍ସଆପ୍ରେ ‘ଉରୀ’ ଫିଲ୍ମର ଡାଏଲଗ୍ ‘ହିନ୍ଦୋସ୍ତାନ ଅବ୍ ଚୁପ୍ ନେହିଁ ବେଠେଗା । ୟେ ନୟା ହିନ୍ଦୋସ୍ତାନ ହେ । ୟେ ଘର୍ ମେଁ ଘୁସେଗା ଭି ଅର୍ ମାରେଗା ଭି”କୁ ସେୟାର କରୁଥିବା ଦେଖା ଯାଇଛି । ଏହା ସହ ଫିଲ୍ମର ଆଉ ଏକ ଡାଏଲଗ୍, ‘ଓକ୍ତ ଆ ଗୟା ହେ ଖୁନ୍ କା ବଦ୍ଲା ଖୁନ୍ ସେ ଲେନେ କା’ ମଧ୍ୟ ହ୍ଵାଟ୍ସଆପ୍ରେ ଭାଇରାଲ ହେଉଥିବା ଦେଖା ଯାଇଛି ।

ସୂଚନା ମୁତାବକ, ଫିଲ୍ମଟି ୨୦୧୬ରେ ଉରୀରେ ଭାରତୀୟ ସେନା ତରଫରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍କୁ ନେଇ ନିର୍ମାଣ କରାଯାଇଥିଲା । ଫିଲ୍ମ ରିଲିଜ୍ ହେବାର କିଛି ସପ୍ତାହ ପରେ ପୁଲଓ୍ଵାମାରେ ପୁଣି ଥରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଯାହା ପରେ ଭାରତର ୪୦ଯବାନ ସହିଦ୍ ହୋଇଥିଲେ । ପୁଲଓ୍ଵାମା ଆକ୍ରମଣ ପରେ ଭାରତବାସୀ ଆମେ ସର୍ଜିକାଲ ଷ୍ଟ୍ରାଇକ୍ ୨.୦ ଚାହୁଁଛୁ ବୋଲି ଦାବି କରିଥିଲେ । ଭାରତ ସରକାର ଫେବୃଆରୀ ୨୬ରେ ଭାରତବାସୀଙ୍କ ସେହି ଇଚ୍ଛାକୁ ପୂରଣ କରି ପାକିସ୍ତାନର ୩୦୦ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।