ଅର୍‌ବିନ୍ଦ କେଜରିଓ୍ଵାଲଙ୍କୁ ଟ୍ରୋଲ କଲେ ଆମ୍‌ ଆଦ୍‌ମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ

ଟୁଇଟ୍‌ କରି କହିଲେ; ଏବେ କିଏ ପ୍ରମାଣ ମାଗିଲେ ତା’ ଉପରେ ୧୦୦-୨୦୦ଗ୍ରାମ୍‌ ବୋମା ପକାଇ ଦେବ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଭାରତ-ପାକ୍‌ର ନିୟନ୍ତ୍ରଣ ରେଖାକୁ ପାର କରି ଜୈସ୍‌-ଏ-ମହମ୍ମଦର ଆଡ୍ଡାକୁ ଧ୍ୱଂସ କରିବା ପରେ ଭାରତବାସୀଙ୍କୁ ଆତ୍ମସନ୍ତୋଷ ମିଳିଛି । ୧୨ଦିନ ଧରି ପାକିସ୍ତାନ ବିରୋଧରେ ଜାରି ରହିଥିବା ବିରୋଧ ପ୍ରଦର୍ଶନ ଏବେ ଥମି ଥିବା ବେଳେ ଭାରତୀୟ ବାୟୁସେନାର ପରାକ୍ରମକୁ ଲୋକେ ପ୍ରଂଶସା କରିବାରେ ଲାଗିଛନ୍ତି । ଏହି ଆକ୍ରମଣ ପରେ ଲୋକପ୍ରିୟ କବି ତଥା ଆମ୍‌ ଆଦ୍‌ମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ ଲଗାତାର ଟୁଇଟ୍‌ କରିବାରେ ଲାଗିଛନ୍ତି । ନିଜର ଏକ ଟୁଇଟ୍‌ରେ, ଏବେ କିଏ ପ୍ରମାଣ ମାଗିଲେ, ତାକୁ ୧୦୦-୨୦୦ଗ୍ରାମ୍‌ ବୋମା ପ୍ରମାଣ ଆକାରରେ ଦେବ ବୋଲି ଭାତୀୟ ବାୟୁସେନାକୁ ଟ୍ୟାଗ୍‌ କରି ଲେଖିଛନ୍ତି କୁମାର ବିଶ୍ୱାସ ।

ସୂଚନା ମୁତାବକ, ୨୦୧୬ରେ ଉରୀରେ ଆତଙ୍କବାଦୀମାନେ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଯବାନମାନେ ଶୋଇଥିବା ସମୟରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଯାହା ପରେ ଭାରତ ପାକିସ୍ତାନକୁ ଉଚିତ୍‌ ଜବାବ ଦେଇ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା । କିନ୍ତୁ ସର୍ଜିକାଲ ଷ୍ଟ୍ରାଇକ୍‌ ହେବା ପରେ କିଛି ଲୋକ ଏହାର ପ୍ରମାଣ ମାଗିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜରିଓ୍ଵାଲ । ଏବେ ଦ୍ୱିତୀୟ ଥର ପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିବା ବେଳେ ଅରବିନ୍ଦ୍‌ କେଜରିଓ୍ଵାଲଙ୍କ ପୁରୁଣା କଥାକୁ ମନେ ପକାଇ ତାଙ୍କୁ ଟ୍ରୋଲ କରିଛନ୍ତି କୁମାର ବିଶ୍ୱାସ ।

jansatta.com

ସେ ଟୁଇଟ୍‌ କରି ଏଥର ସର୍ଜିକାଲ ଷ୍ଟ୍ରାଇକ୍‌-୨କୁ ନେଇ ଯଦି କେହି ପ୍ରମାଣ ମାଗେ, ତେବେ ଭାରତୀୟ ବାୟୁସେନାକୁ ଅନୁରୋଧ କି, ଯେପରି ୧୦୦୦ଟନ୍‌ ବୋମା ପକାଇ ଇମ୍ରାନ୍‌ ଖାନ୍‌ଙ୍କ ପ୍ରମାଣ ଦିଆଯାଇଛି ସେଭଳି ଭାବରେ ପ୍ରମାଣ ମାଗୁଥିବା ଲୋକକୁ ୧୦୦-୨୦୦ଗ୍ରାମ୍‌ ବୋମା ପ୍ରମାଣ ଆକାରରେ ଦେବେ । କୁମାରଙ୍କ ଏଭଳି ଟୁଇଟ୍‌ ପରେ ବଲିଉଡ୍‌ ଅଭିନେତା ପରେଶ ରାଓ୍ଵଲ ରି-ଟୁଇଟ୍‌ କରି, ହୋମ୍‌ ଡେଲିଭରୀର ସୁବିଧା ମଧ୍ୟ ଉପଲବ୍ଧ ଅଛି ବୋଲି ଲେଖିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର