ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହେବା ଆଶଙ୍କା କରି ଆତଙ୍କବାଦୀଙ୍କୁ ସେନା ଶିବିରକୁ ସ୍ଥାନାନ୍ତର କଲା ପାକିସ୍ତାନ

ଇସ୍‌ଲାମବାଦ୍‌: ପାକିସ୍ତାନକୁ ଘାରିଲା ସର୍ଜିକାଲ ଷ୍ଟ୍ରାଇକ ଭୟ। ଜମ୍ମୁ-କଶ୍ମୀରର ପୁଲୱାମାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନରେ ଆଶ୍ରୟ ନେଉଥିବା ଆତଙ୍କବାଦୀଙ୍କୁ ମିଳିଛି ସେନାର ସୁରକ୍ଷ। ମିଳିଥିବା ସୂଚନା ଅନୁସାରେ ଭାରତ-ପାକ୍‌ ସୀମା ଏଲଓସି ବା ଲାଇନ୍‌ ଅଫ କଂଟ୍ରୋଲରେ ଥିବା ଆତଙ୍କୀଙ୍କୁ ସେନା ଶିବିରକୁ ସ୍ଥାନାନ୍ତର କରିଛି ପାକିସ୍ତାନ। ଉରି ଆତଙ୍କୀ ହମଲା ପରେ ପାକିସ୍ତାନ ସୀମା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା ଭାରତୀୟ ସେନା। ଟେରର ଲଂଚ ପ୍ୟାଡ ଗୁଡିକୁ ଟାର୍ଗେଟ କରାଯାଇଥିଲା।

ଏବେ ପୁଲିୱାମା ଆକ୍ରମଣ ପରେ ଭାରତୀୟ ସେନାର ହାତ ଖୋଲି ଦେଇଛନ୍ତି ଭାରତ ସରକାର। ସେନା ନିଜ ମୁତାବକ ପ୍ରତିଶୋଧ ନେଇ ପାରିବ ବୋଲି ସରକାର ନିକଟରେ ସ୍ୱାଧୀନତା ପ୍ରଦାନ କରିଛନ୍ତି। ତେଣୁ ସମାନ ଧରଣର ସର୍ଜିକାଲ ଷ୍ଟ୍ରାଇକ ଆଶଙ୍କା କରୁଛି ପାକିସ୍ତାନ। ଆଉ ସୀମାରେ ଥିବା ଟେରର ଲଂଚ ପ୍ୟାଡରୁ ଆତଙ୍କବାଦୀମାନଙ୍କୁ ନିକଟରେ ଥିବା ସେନା ଶିବିରକୁ ସ୍ଥାନାନ୍ତର କରିଛି। ଏନେଇ ଗୁଇନ୍ଦା ବିଭାଗ ପାଖରେ ସୂଚନା ରହିଛି। ସେପଟେ ଆତଙ୍କୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପାକିସ୍ତାନ ସେନା ପ୍ରତ୍ୟାହାର ମଧ୍ୟ କରିନାହିଁ।

ସମ୍ବନ୍ଧିତ ଖବର