ପୁଣି ସର୍ଜିକାଲ ଷ୍ଟ୍ରାଇକ , ମ୍ୟାମାର ସୀମା ଭିତରେ ପଶି ୫ ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ କମାଣ୍ଡୋ

ଗୌହାଟୀ :  ଦେଶରେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ବିବାଦ ଓ ରାଜନୀତି ଥମି ନଥିବାବେଳେ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ କରିଛି ଭାରତୀୟ ସେନା । ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ବୁଧବାର ଅପରାହ୍ନରେ ଏହି ଅପରେସନ କରିଛି । ସେନାର ଲଢୁଆ ଓ ପ୍ରଶିକ୍ଷିତ ୧୨-ପାରାକମାଣ୍ଡୋର ଜବାନ ମାନେ ମିଆଁମାର ସୀମାରେ ପଶି ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ ( ଖାପଲାଙ୍ଗ ଗୋଷ୍ଠୀ) (ଏନଏସସିଏନ-କେ) ର ଏକ ଶିବିରକୁ ଧ୍ୱଂସ କରିଦେବା ସହ ୫ ଜଣ ଆତଙ୍କବାଦୀଙ୍କୁ ମାରିଦେଇଛନ୍ତି ।

କମାଣ୍ଡୋମାନେ ମିଆଁମାର ସୀମା ଭିତରକୁ ତିନି କିଲୋମିଟର ପଶି ସେଠାରେ ଥିବା ଏନଏସସିଏନ-କେର ସ୍ୱେଲୋ ନାମକ ଶିବିର ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହା ଫଳରେ ୫ ଜଣ ଆତଙ୍କବାଦୀ ନିହତ ହେବା ସହ ଅବଶିଷ୍ଟ ଆତଙ୍କବାଦୀ ପଳାୟନ କରିଥିଲେ । ଗତ ସପ୍ତାହରେ ନାଗାଲାଣ୍ଡର ମନ ଜିଲ୍ଲାରେ ଏହି  ଏନଏସସିଏନ-କେର ଆତଙ୍କବାଦୀମାନେ ଗରିଲା ଆକ୍ରମଣ କରିବାରୁ ୨ଜଣ ଆସାମ ରାଇଫଲ ଜଓ୍ଵାନ ସହୀଦ ହୋଇଥିଲେ । ଏହାର ପ୍ରତିଶୋଧ ନେବାକୁ ସେନା ଏହି ସର୍ଜିକାଲ ଷ୍ଟ୍ରାଇକ କରିଥିବା ଜଣାପଡିଛି ।  ଏନଏସସିଏନ-କେ ସଂଗଠନ ପକ୍ଷରୁ ମଧ୍ୟ ଏହି ସର୍ଜିକାଲ ଷ୍ଟ୍ରାଇକକୁ ସ୍ୱୀକାର କରାଯାଇଛି । ଏଥିରେ ତାଙ୍କଗୋଷ୍ଠୀରେ କୈଣସି ସଦସ୍ୟ ମରିନାହାନ୍ତି  । ଭାରତୀୟ ସେନା ଆସିବା ଆମେ ଆଗୁଆ ଜାଣିଦେବାରୁ ଗୁଳିବିନିମୟ ହୋଇଥିଲା ଓ ଭାରତୀୟ ସେନା ପଳାଇଯାଇଥିଲେ ବୋଲି  ଏନଏସସିଏନ-କେ କହିଛି ।

 

ସମ୍ବନ୍ଧିତ ଖବର