ଉପା ଅମଳରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇନି

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟର ଜବାବରେ ପ୍ରତିରକ୍ଷା ମନ୍ତ୍ରାଳୟ ଉପା ସରକାର ଅମଳରେ କୌଣସି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇନଥିବା ସ୍ପଷ୍ଟ କରିଛି। ଜମ୍ମୁର ରୋହିତ ଚୌଧରୀ ନାମକ ସୂଚନା ଅଧିକାର କର୍ମୀ ୨୦୦୪ ଠୁ ୨୦୧୪ ମଧ୍ୟରେ ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବିଷୟରେ ସୂଚନା ମାଗିଥିଲେ। ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇ କହିଛି ୨୦୧୬ ପୂର୍ବରୁ ସେନା ଦ୍ୱାରା କୌଣସି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିବା ତଥ୍ୟ ନାହିଁ। ମନ୍ତ୍ରାଳୟ ପାଖରେ ଥିବା ତଥ୍ୟ ଅନୁଯାୟୀ, ଉରୀ ଆତଙ୍କବାଦୀ ଆକ୍ରମଣ ପରେ ୨୦୧୬ ସେପ୍ଟେମ୍ବର ୨୯ରେ ଗୋଟିଏ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା। ସୂଚନା ଥାଉକି, ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉପା ସରକାର ଅମଳରେ ମଧ୍ୟ ଏଭଳି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା କିନ୍ତୁ ତାଙ୍କ ସରକାର ଏହାକୁ ନେଇ ରାଜନୈତିକ ଫାଇଦା ଉଠାଇନଥିଲେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର