ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଭାରତୀୟ ଜନତା ପାର୍ଟିି (ବିଜେପି) ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ତାଙ୍କର ବଡ଼ ହୃଦୟର ପ୍ରମାଣ ଆଜି ଆଉଥରେ ଦେଖାଇଛନ୍ତି, ବିଧାନସଭା ମଧ୍ୟରେ। ସଂପୂର୍ଣ୍ଣ ଖୋଲା ହୃଦୟରେ ସେ ବିଧାନସଭା ଗୃହ ମଧ୍ୟରେ ନିଜ ବକ୍ତବ୍ୟରେ କହିଛନ୍ତି, ‘ମୁଁ ନିଜେ ସୁଦ୍ଧା ଜାଣିପାରୁ ନାହିଁ, କିମ୍ବା ବୁଝି ସୁଦ୍ଧା ପାରୁନାହିଁ, କାହିଁକି ଆଜି ପର୍ଯ୍ୟନ୍ତ ରାଜ୍ୟର ତଥା ଦେଶର ଅନ୍ୟତମ ଦିଗ୍ଗଜ ନେତା, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଏଚ୍.ଏନ୍ ବହୁଗୁଣାଙ୍କ ପରି ନେତାଙ୍କର ଉତ୍ତରପ୍ରଦେଶରେ ଗୋଟିଏ ହେଲେ ପ୍ରତିମୂର୍ତ୍ତି ସ୍ଥାପିତ ହୋଇପାରି ନାହିଁ, କୌଣସି ମାର୍ଗକୁ ତାଙ୍କ ନାମରେ ନାମିତ କରା ଯାଇପାରି ନାହିଁ; କମ୍ବା ଏପରିକି ତାଙ୍କର ଏକ ସ୍ମାରକୀ ରୂପେ ଏ ରାଜ୍ୟରେ କିଛିରୁ କିଛି ହେଲେ ନାହିଁ।’
ଦେଶର ଅନ୍ୟତମ ବରିଷ୍ଠ ରାଜନେତା ହୈମବତୀ ନନ୍ଦନ ବହୁଗୁଣା ସଂକ୍ଷେପରେ ଏଚ୍. ଏନ୍ ବହୁଗୁଣାଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ରାଜ୍ୟ ବିଧାନସଭାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉଦ୍ବୋଦନ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ‘ଏ ଘଟଣା ଯେତେବେଳେ ବହୁଗୁଣାଙ୍କ କନ୍ୟା ରୀତା ବହୁଗୁଣା ମୋ ଦୃଷ୍ଟିକୁ ଆଣିଲେ, ସେତେବେଳେ ମୁଁ ଯେତେ ବ୍ୟଥିତ ଓ ମର୍ମାହତ ନ ହୋଇଛି; ତାହାଠାରୁ କାହିଁ କେତେ ଗୁଣରେ ଅଧିକ ଲଜ୍ଜିତ ଓ ଦୁଃଖିତ ହୋଇଛି’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।
/sambad/media/post_attachments/wp-content/uploads/2018/04/Hn-bahuguna.jpg)
ତେବେ, ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୫ ଅପ୍ରେଲ ୧୯୧୯ରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଦେଶର ଅନ୍ୟତମ ବରିଷ୍ଠ ରାଜନେତା ହୈମବତୀ ନନ୍ଦନ ବହୁଗୁଣା ସଂକ୍ଷେପରେ ଏଚ୍. ଏନ୍ ବହୁଗୁଣା କୌଣସି ବିଜେପି ନେତା ନୁହନ୍ତି ବରଂ ଦେଶର ସ୍ୱାଧୀନତା ସଂଗ୍ରାମ ସହ ଘନିଷ୍ଟ ଭାବେ ଜଡ଼ିତ ରହି ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ପଦରେ ସେ ଦୀର୍ଘଦିନ ଧରି ରହିବା ସହ ଆଜୀବନ ଦେଶର ଗରିବମାନଙ୍କ ଉତ୍ଥାନ ଓ କଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ ଭାବେ କାର୍ଯ୍ୟ କରି ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/yogi.jpg)