କୋଚି: କୌଣସି ଅବଳା ବା ଦୁର୍ବଳାର ଆତ୍ମସମର୍ପଣକୁ ତା’ ସହ ଯୌନ ସଂପର୍କ ସ୍ଥାପନ ପାଇଁ ତା’ର ସମ୍ମତ୍ତି ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି ଆଜି କେରଳ ହାଇକୋର୍ଟ ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଏଥିସହ ଜନୈକା ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଜନୈକା ୫୯ ବର୍ଷୀୟ ଅଭିଯୁକ୍ତ ତାକୁ ଏହି ଅପରାଧରେ ନିର୍ଦ୍ଦୋଷ ଘୋଷିତ କରିବା ପାଇଁ ଆଗତ କରିଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରି ଦେଇଛନ୍ତି।
ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ଅଭିଯୁକ୍ତ ଜଣକ ଜନୈକା ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏବଂ ତାଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ କାରାଦଣ୍ଡରେ ଦଣ୍ଡିତ କରା ଯାଇଥିଲା।
/sambad/media/post_attachments/wp-content/uploads/2020/07/A1-1.jpg) Live Law
 Live Lawତେବେ, ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ କେରଳ ହାଇକୋର୍ଟରେ ଏକ ଯାଚିକା ଆଗତ କରିଥିଲେ। ଆଗତ ଯାଚିକାରେ ଅଭିଯୁକ୍ତ ଜଣକ ଦର୍ଶାଇଥିଲେ ଯେ ପୀଡ଼ିତା ନାବାଳିକା ଜଣକ ତାଙ୍କ ଘରକୁ ଆସୁଥିଲେ। ଏବଂ ଅଭିଯୁକ୍ତଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ତେଣୁ, ସେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିନାହାନ୍ତି ବରଂ ସହମତି ଭିତ୍ତିରେ କେବଳ ତା’ ସହ ଯୌନ ସଂପର୍କ ସ୍ଥାପନ କରିଛନ୍ତି। ତେଣୁ, ତାଙ୍କୁ ଏହି ଅପରାଧରେ ଦୁଷ୍କର୍ମକାରୀ ଦଣ୍ଡିତ କରା ନଯାଉ; ବରଂ ଏହି ଅପରାଧରୁ ନିର୍ଦ୍ଦୋଷରେ ଖଲାସ କରି ଦିଆଯାଉ।
କେରଳ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ପି ବି ସୁରେଶ କୁମାର ଆଜି ଏହି ଯାଚିକାର ଶୁଣାଣି କରି କହିଛନ୍ତି ଯେ ଦୁଷ୍କର୍ମକାରୀ ଭଳି ଏକ ଜଘନ୍ୟ ଅପରାଧିକ ଚରିତ୍ରର ବ୍ୟକ୍ତି କବଳରୁ ମୁକ୍ତି ପାଇବା ପାଇଁ କୌଣସି ଅବଳା ବା ଦୁର୍ବଳାର ଆତ୍ମସମର୍ପଣକୁ ଯୌନ କର୍ଯ୍ୟକଳାପ ପାଇଁ ତା’ର ସମ୍ମତି ଅବା ସହମତି ବୋଲି କଦାପି ବିବେଚନା କରାଯାଇ ପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/A2-1.jpg)
