ସର୍ଭେରେ ଖୁଲାସା: କମିନାହିଁ ମୋଦୀଙ୍କ ଜଲୱା!

ନୂଆଦିଲ୍ଲୀ: ଆଜି କେନ୍ଦ୍ରରେ ମୋଦୀ ସରକାର ୯ ବର୍ଷ ପୂରଣ କରିଛନ୍ତି। ତେବେ ୯ ବର୍ଷ ପରେ ବି ମୋଦୀଙ୍କ ଜଲୱା କେତେ ରହିଛି | ବାସ୍ତବରେ ୨୦୨୪ ଲୋକସଭା ନିର୍ବାଚନରେ ବି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ ବୋଲି ବିଜେପି ଆଶା ବାନ୍ଧିଛି | ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦାବି କରିଛନ୍ତି ଯେ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଏବଂ ଲୋକସଭା ନିର୍ବାଚନରେ ​​ବିଜେପି ୩୦୦ରୁ ଅଧିକ ଆସନ ଜିତିବ। ଏଥି ସହିତ ବିଜେପି ବ୍ୟତୀତ ବିରୋଧୀ ଦଳ ଦୀର୍ଘ ଦିନ ଧରି ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ଲୋକସଭା ନିର୍ବାଚନର ପ୍ରାୟ ଏକ ବର୍ଷ ପୂର୍ବରୁ ବିରୋଧୀ ଦଳଙ୍କୁ ଏକାଠି ଆଣିବାକୁ ମଧ୍ୟ ଜୋରଦାର ପ୍ରୟାସ କରାଯାଉଛି |

ତେବେ ବିରୋଧୀଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଅନେକ ଚେହେରା ଉପରେ ଆଲୋଚନା ହେଉଛି। ଏଥିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ଆଗରେ ରହିଛି। ତେବେ ଏହାରି ଭିତରେ ଏବେ ଏକ ସର୍ଭେର ରିପୋର୍ଟ ସାମ୍ନାକୁ ଆସିଛି | ବାସ୍ତବରେ ଏବିପି ନ୍ୟୁଜ-ସି-ଭୋଟର ପକ୍ଷରୁ ଲୋକଙ୍କୁ ପଚରାଯାଇଛି ପ୍ରଧାନମନ୍ତ୍ରୀ ହେବାକୁ କିଏ ଯୋଗ୍ୟ? ଏହି ପ୍ରଶ୍ନ ଉପରେ ଦେଶର ୫୮୩୯ ଲୋକଙ୍କ ମତ ନିଆଯାଇଛି |

ଏହି ସର୍ଭେରେ ଜଡିତ ୪୯% ଲୋକ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପସନ୍ଦ କରିଛନ୍ତି। ଦ୍ୱିତୀୟ ନମ୍ବରରେ ୧୯ ପ୍ରତିଶତ ଲୋକ ‘ଅନ୍ୟ’ ବିକଳ୍ପ ଉପରେ ମୋହର ମାରିଥିବାବେଳେ ତିନି ନମ୍ବରରେ ୧୮ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କ ନାମ ନେଇଛନ୍ତି । ଚତୁର୍ଥ ନମ୍ବରରେ ୬ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ସେମାନଙ୍କର ପ୍ରିୟ ବୋଲି କହିଛନ୍ତି । ପାଞ୍ଚ ନମ୍ବରରେ ୫ ପ୍ରତିଶତ ଲୋକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନେଇଥିବାବେଳେ ୨ ପ୍ରତିଶତ ଲୋକ ମମତା ବାନାର୍ଜୀ ଓ ୧ ପ୍ରତିଶତ ଲୋକ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାଁହୁଛନ୍ତି ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର