ସର୍ଭେ :  ବର୍ତ୍ତମାନ ନିର୍ବାଚନ ହେଲେ ଉତ୍ତର ପ୍ରଦେଶରେ  ୪୮ଟି ଲୋକସଭା ଆସନ ହରାଇବ ବିଜେପି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ତିନିରୁ ଚାରି ମାସ ଥିବା ବେଳେ ଏବେ ସବୁ ଦଳ ସକ୍ରିୟ ହୋଇ ଉଠିଛନ୍ତି। ଉତ୍ତର ପ୍ରଦେଶରେ  କଂଗ୍ରେସ ନିଜର ପ୍ରଭାବ ବଜାୟ ରଖିବା ଲାଗି ସକ୍ରିୟ ରାଜନୀତିକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଆଣି ବିଜେପିକୁ କଡ଼ା ଟକ୍କର ଦେଇଛି । ପ୍ରିୟଙ୍କାଙ୍କ ପ୍ରବେଶ ପରେ ସବୁ ମହଲରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ଏତେ ସବୁ ତର୍କବିତର୍କ ମଧ୍ୟରେ ଏବିପି ନିଉଜ୍‌ ତରଫରୁ କରାଯାଇଥିବା ସର୍ଭେର ଏକ ତାଜା ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଏବେ ନିର୍ବାଚନ ହେଲେ ଉତ୍ତରପ୍ରଦେଶରେ ଥିବା ୮୦ଟି ଲୋଭସଭା ଆସନ ମଧ୍ୟରୁ ବିଜେପିକୁ ମାତ୍ର ୨୫ଟି ମିଳିପାରେ । ରିପୋର୍ଟରୁ ସ୍ପଷ୍ଟ ଯେ ଏବେ ନିର୍ବାଚନ ହେଲେ ବିଜେପିକୁ ୪୮ଟି ସିଟ୍‌ର କ୍ଷତି ସହିବାକୁ ପଡ଼ିବ ।

oneindia.com

୨୦୧୪ରେ ହୋଇଥିବା ନିର୍ବାଚନରେ ଏନ୍‌ଡିଏ ସରକାରକୁ ୭୩ଟି ଆସନ ମିଳିଥିଲା ।  ୨୦୧୪ ନିର୍ବାଚନରେ କେବଳ ସମାଜବାଦୀ ପାର୍ଟିକୁ ୫ଟି ଆସନ ମିଳିଥିବା ବେଳେ ବହୁ ଜନ ସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ଖାତା ଖୋଲି ପାରି ନଥିଲା । କିନ୍ତୁ ଆଗାମୀ ନିର୍ବାଚନରେ ସମାଜବାଦୀ ପାର୍ଟି-ବହୁଜନସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ଗଠବନ୍ଧନକୁ ୫୧ଟି ସିଟ୍‌ ମିଳିପାରେ ବୋଲି ସର୍ଭେରୁ ଜଣା ପଡ଼ିଛି । ଏ ମଧ୍ୟରେ କଂଗ୍ରେସକୁ ୧୦୦ପ୍ରତିଶତ ଲାଭ ମିଳିବ ବୋଲି ଆଶା କରାଯାଉଛି । ପଶ୍ଚିମ ଉତ୍ତରପ୍ରଦେଶର ସର୍ବମୋଟ ୨୬ଟି ଆସନ ମଧ୍ୟରୁ ୧୫ଟି ସମାଜବାଦୀ ପାର୍ଟି-ବହୁଜନସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ଗଠବନ୍ଧନ ହାସଲ କରିବା ସହ ୧୦ଟି ବିଜେପିକୁ ମିଳିପାରେ ବୋଲି ରିପୋର୍ଟରେ ପ୍ରକାଶ କରାଯାଇଛି । ସେହିଭଳି ପୂର୍ବ ଉତ୍ତରପ୍ରଦେଶର ସର୍ବମୋଟ ୨୧ସିଟ୍‌ରୁ ୧୫ଟି ସମାଜବାଦୀ ପାର୍ଟି-ବହୁଜନସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ଗଠବନ୍ଧନକୁ ମିଳିପାରେ ବୋଲି ରିପୋର୍ଟରେ ପ୍ରକାଶ କରାଯାଇଥିବା ବେଳେ ବିଜେପି ମାତ୍ର ୬ଟି ସିଟ୍‌ ହାତେଇ ପାରେ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର