ନୂଆଦିଲ୍ଲୀ: ଅହମଦାବାଦରେ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାର ଶିକାର ହେବାପରେ ଚମତ୍କାର ଭାବେ ବର୍ତ୍ତିଯାଇଥିବା ବ୍ରିଟିଶ-ଭାରତୀୟ ବିଶ୍ୱାସ କୁମାର ରମେଶଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ ଡାକ୍ତରଖାନାରେ ପହଞ୍ଚି ରମେଶଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି ପଚାରି ବୁଝିଥିଲେ।
ରମେଶଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସୂତ୍ରରୁ ପ୍ରକାଶ, ‘ରମେଶ ଚିକିତ୍ସା ପରେ ବିପଦମୁକ୍ତ ଅଛନ୍ତି। ୨-୩ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯିବ।
ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଏ ସେଥିପାଇଁ ହସ୍ପିଟାଲ ପ୍ରଶାସନ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ପରିସ୍ଥିତି ବିଷୟରେ ସୂଚନା ଦେଇଛି।
ସାମ୍ବାଦିକ ସମ୍ମିଳନୀ ଅଧିକାରୀମାନେ କହିଛନ୍ତି,‘ ଏପର୍ଯ୍ୟନ୍ତ ୧୧ ଜଣଙ୍କ ଡିଏନଏ ମ୍ୟାଚ୍ କରାଯାଇଛି ଏବଂ ଗୋଟିଏ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ବିଳମ୍ବିତ ରାତି ସୁଦ୍ଧା ଆଉ ଦୁଇଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ।
ଦୁର୍ଘଟଣା ପରେ ଗୁଜରାଟରେ ୨୩୦ଟି ଦଳ ଗଠନ କରାଯାଇଛି। ଏହି ଦଳ ପ୍ରତ୍ୟେକ ମୃତକଙ୍କ ପରିବାର ସହିତ ଯୋଗାଯୋଗ କରୁଛି । ଯଦ୍ୱାରା ମୃତକଙ୍କ ପରିବାରକୁ ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହ ନେବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଦଳର ସଦସ୍ୟମାନେ ନିରନ୍ତର ପୀଡିତ ପରିବାରକୁ ଫୋନ୍ କରୁଛନ୍ତି ଏବଂ ଆବଶ୍ୟକୀୟ ସୂଚନା ଦେଉଛନ୍ତି।
ହସ୍ପିଟାଲ ପ୍ରଶାସନ କହିଛି ଦୁର୍ଘଟଣାରେ ଆହତ ହୋଇଥିବା ଅଧିକାଂଶ ଲୋକଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ କେବଳ ୨-୩ ଜଣ ଆଇସିୟୁରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/15/4z4QAIjKHetgW7ea0iEf.jpg)