ସୂର୍ଯ୍ୟୋପରାଗରେ ଲାଲ୍, ସବୁଜ, ଗୋଲାପୀ, କମଳା ଭଳି ବିଭିନ୍ନ ରଙ୍ଗରେ ନଜର ଆସିଲେ ସୂର୍ଯ୍ୟ, ଫଟୋରେ ଫଟୋରେ ଦେଖନ୍ତୁ ରଙ୍ଗିନ୍ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ: ଆଜି ମହାକାଶରେ ସଂଗଠିତ ହୋଇଥିଲା ସୂର୍ଯ୍ୟୋପରାଗ । ଓଡିଶା ସମେତ ଭାରତର ସବୁ ଅଂଚଳରେ ଏହା ଦୃଶ୍ୟମାନ ହୋଇଥିଲା। ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା। ଓଡିଶାରେ ୬୧ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା ଜଣା ପଡିଛି। ସକାଳ ୧୦ ଟା ୩୮ ରେ ସୂର୍ଯ୍ୟୋପରାଗ ସ୍ପର୍ଶ ହୋଇଥିବା ବେଳେ ଦିନ ୨ଟା ୯ ରେ ଏହା ସର୍ବମୋକ୍ଷ ହୋଇଥିଲା। ତେବେ ମଧ୍ୟାହ୍ନ ୧୨ ଟା ୧୫ ରୁ ସାଢେ ୧୨ ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହୋଇଥିବା ଦେଖାଯାଇଥିଲା।

ତେବେ ସୂର୍ଯ୍ୟୋପରାଗରେ ବିଭିନ୍ନ ସ୍ଥାନରେ ଆଜି ସୂର୍ଯ୍ୟଙ୍କ ରଙ୍ଗ ବଦଳିଛି । ଧଳା ରଙ୍ଗ ସାଙ୍ଗକୁ କେଉଁଠି ସବୁଜ ତ ଆଉ କେଉଁଠି ଲାଲ୍ ରଙ୍ଗରେ ଝଲସିଥିଲେ ସୂର୍ଯ୍ୟ । ବିଦେଶରେ ମଧ୍ୟ ସୂର୍ଯ୍ୟୋପରାଗ ଦେଖାଯାଇଛି । ଫଟୋରେ ଫଟୋରେ ଦେଖନ୍ତୁ ସୂର୍ଯ୍ୟୋପରାଗର ବିଭିନ୍ନ ଝଲକ ।

ଦୁବାଇରେ ଚନ୍ଦ୍ରମା ଆକୃତିର ସୂର୍ଯ୍ୟୋପରାଗ  : 

ମୁମ୍ବାଇରେ ସବୁଜ ସୂର୍ଯ୍ୟ : 

ଗୁଜରାଟ ଗାନ୍ଧୀନଗରରେ କମଳାରଙ୍ଗର ସୂର୍ଯ୍ୟ :

ପଞ୍ଜାବ ଅମୃତସରରେ ଗୋଲାପୀ ରଙ୍ଗରେ ସୂର୍ଯ୍ୟୋପରାଗ : 

ତାମିଲନାଡୁର କୋଏମବଟ୍ଟୁରରେ ସୂର୍ଯ୍ୟଙ୍କ ଲାଲ୍ ରୂପ :

ହରିୟାଣାର କୁରୁକ୍ଷେତ୍ରରେ ଚମକୁଥିବା ସୂର୍ଯ୍ୟ :

ସମ୍ବନ୍ଧିତ ଖବର