ନୂଆଦିଲ୍ଲୀ: ଦେଶର ପ୍ରଥମ ଚନ୍ଦ୍ର ଗ୍ରହଣ ମଇ ୨୬ରେ ପଡ଼ିଥିଲା। ସେହିପରି ୨୦୨୧ରେ ପ୍ରଥମ ସୂର୍ଯ୍ୟପରାଗ ଜୁନ୍ ୧୦ରେ ଲାଗିବ। ଏହିଦିନ ବଟ ସାବିତ୍ରୀ ଓ ଶନି ଜୟନ୍ତୀ ବି ରହିଛି। ଗୁରୁବାର ହେବାକୁ ଥିବା ସୂର୍ଯ୍ୟପରାଗ ଭାରତରେ ଆଂଶିକ ଭାବେ ଦେଖିବାକୁ ମିଳିବ। କିନ୍ତୁ ଓଡ଼ିଶାରେ ଦେଖିବାକୁ ମିଳିବ ନାହିଁ। ଏହା ଆଂଶିକ ସୂର୍ଯ୍ୟପରାଗ ହୋଇଥିବାରୁ ଏହାର ହାଣ୍ଡିଛାଡ଼ ମାନ୍ୟ ହେବ ନାହିଁ। ଏହି ପରାଗ ଖାଲି ଆଖିରେ ଦେଖାଯିବ ନାହିଁ। ପରାଗ ଦ୍ବିପହର ୧ବାଜି ୪୨ ମିନିଟରେ ଆରମ୍ଭ ହୋଇ ୬ଟା ବାଜି ୪୧ ମିନିଟରେ ଶେଷ ହେବ।
ଏହି ସୂର୍ଯ୍ୟପରାଗ ଉତ୍ତର କାନ୍ନାଡା, ଗ୍ରିନଲ୍ୟାଣ୍ଡ ଓ ଋଷରେ ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ମିଳିବ। ସେହିପରି ୟୁରୋପ, ଉତ୍ତର ଆମେରିକା, ଏସିଆ ଓ ଆଟଲାଣ୍ଟିକରେ ଲୋକମାନେ ଆଂଶିକ ସୂର୍ଯ୍ୟପରାଗ ଦେଖିବେ।
ଭାରତରେ ଅରୁଣାଞ୍ଚଳ ପ୍ରଦେଶ ଓ ଲଦାଖର କିଛିସ୍ଥାନକୁ ଛାଡ଼ି ଦେଲେ ଏହା ଆଉ କୌଣସି ସ୍ଥାନରେ ଦେଖିବାକୁ ମିଳିବ ନାହିଁ। ଗ୍ରିନଲ୍ୟାଣ୍ଡରେ ସ୍ଥାନୀୟ ସମୟ ଅନୁସାରେ ଦ୍ବିପହର ସମୟରେ ପରାଗ ଆରମ୍ଭ ହୋଇ ରିଙ୍ଗ ଅଫ ଫାୟାର ଦେଖାଯିବ। ଏଥିସହିତ ସୂର୍ଯ୍ୟପରାଗ ସାଇବେରିଆରେ ବି ଦେଖିବାକୁ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/c34670d0-bc6e-4f2f-aaed-ae4d99e27d9a.jpg)