ଅଭ୍ୟାସ ଉଡ଼ାଣ ସମୟରେ ମୃତ୍ୟୁବରଣ କରିଥିବା ଉଇଙ୍ଗ୍‌ କମାଣ୍ଡର ଶାହିଲ୍‌ ଗାନ୍ଧିଙ୍କୁ ଏଭଳି ଭାବେ ଶ୍ରଦ୍ଧାଞ୍ଜଳି ଜଣାଇଲା ସୂର୍ଯ୍ୟ କିରଣ ଏରୋବାଟିକ୍‌ ଟିମ୍‌, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ : ଏରୋ ଇଣ୍ଡିଆ ସୋ’ ଆରମ୍ଭ ହେବା ପୂର୍ବରୁ ଏ ନେଇ ଅଭ୍ୟାସ ଉଡ଼ାଣ କରାଯାଇଥିଲା । ଅଭ୍ୟାସ ଉଡ଼ାଣ ଚାଲିଥିବା ବେଳେ ସୂର୍ଯ୍ୟ କିରଣ ଏରୋବାଟିକ୍‌ ଟିମ୍‌ର ଦୁଇଟି ବିମାନ ପରସ୍ପର ସହ ଧକ୍କା ଖାଇ ଜଳିଯିବାରୁ ପାଇଲଟ୍‌ ଶାହିଲ୍‌ ଗାନ୍ଧିଙ୍କ ମୃତ୍ୟୁ ହୋଇଥିଲା । ଏବେ ଉଇଙ୍ଗ କମାଣ୍ଡର ଶାହିଲ୍‌ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସୂର୍ଯ୍ୟ କିରଣ ଏରୋବାଟିକ୍‌ ଟିମ୍‌ । ଏରୋ ଇଣ୍ଡିଆ ସୋ’ର ଚତୁର୍ଥ ଦିନରେ ଉଇଙ୍ଗ୍‌ କମାଣ୍ଡର ଶାହିଲ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସୂର୍ଯ୍ୟ କିରଣ ଏରୋବାଟିକ୍‌ ଟିମ୍‌ ଆକାଶକୁ ଯାଇ ହୀରାର ଆକୃତି ତିଆରି କରିଥିଲେ, ଯାହାକୁ ଦ ମିସିଙ୍ଗ୍‌ ମ୍ୟାନ୍‌ ବୋଲି କୁହାଯାଏ । ଏହି ଦୃଶ୍ୟ ସମସ୍ତଙ୍କୁ ଅକର୍ଷିତ କରିଥିଲା ।

ସୂଚନା ମୁତାବକ, ଏରୋ ଇଣ୍ଡିଆ ସୋ’ର ଦ୍ୱାଦଶ ସଂସ୍କରଣ ପାଇଁ ସୂର୍ଯ୍ୟ କିରଣ ଏରୋବାଟିକ୍‌ ଟିମ୍‌ର ଦୁଇ ବିମାନ ଅଭ୍ୟାସ ଜାରି ରଖିଥିଲେ । ଯେଉଁ ସମୟରେ ପରସ୍ପର ସହ ଧକ୍କା ଖାଇ ଦୁଇ ବିମାନ ତଳକୁ ଖସିଯିବା ସହ ବିମାନଟି ସଂପୁର୍ଣ୍ଣ ଭାବେ ଜଳି ଯାଇଥିଲା ।

ସମ୍ବନ୍ଧିତ ଖବର