ଆଜି ମଧ୍ୟ ରାତ୍ରରେ ଆମେରିକାର ସାଧାରଣ ବୈଠକରେ ଭାଷଣ ଦେବେ ସୁଷମା ସ୍ୱରାଜ

ଓ୍ଵାସିଂଟନ: ଆଜି ମଧ୍ୟ ରାତ୍ରରେ ଆମେରିକାରେ ହେବାକୁ ଥିବା ସାଧାରଣ ବୈଠକରେ ବୈଦେଶୀୟିକ ମନ୍ତ୍ରୀ ସୁଷମା ସ୍ୱରାଜ ଆତଙ୍କବାଦ ବିରୋଧରେ ବିଶ୍ୱ ସ୍ତରୀୟ ଆନ୍ଦୋଳନ ନେଇ ମତ ରଖିବେ ବୋଲି ଆଶା  କରାଯାଉଛି। ସୁଷମା ଦ୍ୱିତୀୟ ଥର ପାଇଁ ଆମେରିକାରେ ଗଠିତ ହେଉଥିବା ବୈଠକରେ ନିଜ ମତ ରଖିବେ। ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ସୁଷମା ତାଙ୍କ ଭାଷଣ ହିନ୍ଦୀ ଭାଷାରେ ଦେବେ ବୋଲି ଜାଣିବାକୁ ମିଳିଛି।

ରବିବାରଠାରୁ ସୁଷମା ଆମେରିକାରେ ପହଞ୍ଚିଛନ୍ତି। ଶୁକ୍ରବାର ସୁଷମା ଏବଂ ଆମେରିକାର ଷ୍ଟେଟ୍‌ ରେକ୍ସ ତିଲେରେସନର ସେକ୍ରେଟେରିଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷୀକ ବୈଠକ ଆୟୋଜିତ ହୋଇସାରିଛି। ସେଠାରେ ସେ ଆତଙ୍କବାଦ ଏବଂ ଏଚ୍‌-୧ବି ଭିସା ସଂପର୍କରେ କଥା ଉଠାଇଥିଲେ। ଏଥରର ବୈଠକକୁ ମିଶାଇ ସୁଷମା ତାଙ୍କ ସମକକ୍ଷମାନଙ୍କ ସହ ସମୁଦାୟ ୨୭ ଥର ଦ୍ୱିପାକ୍ଷୀକ ବୈଠକରେ ଆଲୋଚନା କରି ସାରିଲେଣି। ସୁଷମା ୧୨ଟି ବହୁପାକ୍ଷୀକ ଏବଂ ୨ଟି ତ୍ରିପାକ୍ଷୀକ ବୈଠକରେ ମଧ୍ୟ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର