ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍‌ ଭିଭିଆଇପି ହେଲିକପ୍ଟର କ୍ରୟ ମାମଲାରେ ସମ୍ପୃକ୍ତ ଥିବା ଦଲାଲ ସୁସେନ ମୋହନ ଗୁପ୍ତାଙ୍କ ଜାମିନ ଦିଲ୍ଲୀ କୋର୍ଟ ମଂଜୁର କରିଛି। ସ୍ୱତନ୍ତ୍ର କୋର୍ଟ ଜଜ୍‌ ଅରବିନ୍ଦ କୁମାର ଶନିବାର ଗୁପ୍ତାଙ୍କୁ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ସହିତ ବିଦେଶ ନଯିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ନକରିବା ସର୍ତ୍ତ ରଖି ଜାମିନ ମଂଜୁର କରିଛନ୍ତି। ବର୍ତ୍ତମାନ ନ୍ୟାୟିକ ହେପାଜତରେ ଥିବା ଗୁପ୍ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ମେ’ ୨୨ର ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଥିଲା। ରାଜୀବ ସାକ୍ସେନାଙ୍କୁ ଗିରଫ କରାଯିବା ପରେ ସେ ସରକାରୀ ସାକ୍ଷୀ ହୋଇ ଏହି ମାମଲାରେ ଗୁପ୍ତାଙ୍କ ସମ୍ପୃକ୍ତି ଥିବା ସୂଚନା ଦେଇଥିଲେ। ୩,୬୦୦ କୋଟି ଟଙ୍କାର ଅର୍ଥ ଦେଣନେଣ କାରବାରର ତଥ୍ୟ ଗୁପ୍ତାଙ୍କ ପାଖରେ ଥିବା କୁହାଯାଉଛି।