ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜୟ ହାସଲ କରି ପୁନର୍ବାର କ୍ଷମତା ଦଖଲ ପାଇଁ ବିଜେପି ଲକ୍ଷ୍ୟ ରଖିଥିବା ବେଳେ ଆଜି ଦଳର ବରିଷ୍ଠ ତଥା ସବୁଠୁ ଲୋକପ୍ରିୟ ନେତ୍ରୀ ସୁଷମା ସ୍ବରାଜ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି। ଅସୁସ୍ଥତା ଯୋଗୁ ଏଭଳି ଚରମ ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରୀ ସୁଷମା ତାଙ୍କ ଭାଷଣ ଶୈଳୀ ଓ ବଳିଷ୍ଠ ନେତୃତ୍ବ ପାଇଁ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ସଭାରେ ହେଉ କି କୌଣସି ସରକାରୀ କାର୍ଯ୍ୟକ୍ରମରେ ତାଙ୍କ ଭାଷଣ ଶୁଣିବାକୁ ସମସ୍ତେ ବ୍ୟଗ୍ରତାର ସହ ଅପେକ୍ଷା କରିଥାନ୍ତି। ସୁଷମାଙ୍କ ଭଳି ଜଣେ ନେତ୍ରୀଙ୍କ ଯୋଗୁ ବିଜେପି ଏହାର ପ୍ରଚାର ଅଭିଯାନରେ ଭୋଟର୍ଙ୍କୁ ପ୍ରଭାବିତ କରିବାରେ ମଧ୍ୟ ସମର୍ଥ ହୋଇଥାଏ। ତେବେ ମଧ୍ୟ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ସୁଷମା ମଙ୍ଗଳବାର ଇନ୍ଦୋର ଗସ୍ତ କରିଥିଲେ। ଏହି ଅବସରରେ ସେ ଅସୁସ୍ଥତା ଯୋଗୁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କହିଥିଲେ। ଦଳ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। କିନ୍ତୁ ସେ ନିର୍ବାଚନ ନ ଲଢ଼ିବାକୁ ମନସ୍ଥ କରିଥିବା କହିଛନ୍ତି।
ସୁଷମା ସ୍ବରାଜଙ୍କ ଘୋଷଣା: ୨୦୧୯ ନିର୍ବାଚନ ଲଢ଼ିବେନି
ଚୂଡ଼ାନ୍ତ ନିଷ୍ପତ୍ତି ନେବ ବିଜେପି
/sambad/media/post_attachments/wp-content/uploads/2018/11/Sushma-Swaraj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)