ସୁଷମାଙ୍କ ଶେଷ ଟୁଇଟ୍ : ପ୍ରଧାନମନ୍ତ୍ରୀଜୀ ଆପକା ହାର୍ଦ୍ଦିକ ଅଭିନନ୍ଦନ…

ନୂଆଦିଲ୍ଲୀ: ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇଛି । ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଷମା ସ୍ୱରାଜ । ଛାତିରେ ଯନ୍ତ୍ରଣା କାରଣରୁ ସୁଷମାଙ୍କୁ ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସୁଷମାଙ୍କର ଦେହାନ୍ତ ହୋଇଥିଲା ।

ମାତ୍ର ଶେଷ ନିଶ୍ବାସ ତ୍ୟାଗ କରିବାର ମାତ୍ର ୪ ଘଣ୍ଟା ପୂର୍ବରୁ ଶେଷ ଥର ଲାଗି ଟୁଇଟରରେ ସକ୍ରିୟ ହୋଇଥିଲେ ସୁଷମା ।  ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍ ଲୋକସଭାରେ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ସେ ଲେଖିଥିଲେ ମୋ ଜୀବନରେ ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲି ।  ପରଲୋକର ମାତ୍ର ୪ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ସୁଷମା ।


ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ଦ୍ୱିତୀୟ ମହିଳା ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସୁଷମା ୭ ଥର ସାଂସଦ ରହିଥିବା ବେଳେ ୩ଥର ବିଧାୟିକା ରହିଥିଲେ ।

ସମ୍ବନ୍ଧିତ ଖବର