ସୁଷମାଙ୍କୁ ଭେଟିଲେ ଅନ୍‌ସାରି

0

ନୂଆଦିଲ୍ଲୀ: ପାକିସ୍ତାନରେ ଦୀର୍ଘ ୬ ବର୍ଷର ଜେଲ୍‌ ଜୀବନ ପରେ ଗତକାଲି ସ୍ବଦେଶ ଫେରିଥିବା ମୁମ୍ବାଇ ଇଞ୍ଜିନିୟର ହମିଦ ନିହାଲ୍‌ ଅନସାରି ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭେଟିଛନ୍ତି। ଅନ୍‌ସାରିଙ୍କ ସହ ତାଙ୍କ ମା’ ଫୌଜିଆ ଆଜି ବିଦେଶ ମନ୍ତ୍ରୀ ସୁଷମାଙ୍କୁ ଆଲିଙ୍ଗନ କରିବା ସହ ପୁଅ ଫେରି ଆସିବାର ସମସ୍ତ ଶ୍ରେୟ ସୁଷମାଙ୍କୁ ଦେଇଛନ୍ତି। ସୁଷମାଙ୍କୁ ଦର୍ଶାଇ ସେ କହିଛନ୍ତି ଯେ ପୁଅକୁ ଫେରାଇ ଆଣିବା ପାଇଁ ସୁଷମା ହିଁ ସବୁକିଛି କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.