ଅକ୍ଟୋବର ୬ପର୍ଯ୍ୟନ୍ତ ବଢ଼ିଲା ରିୟା-ସୌଭିକଙ୍କ ନ୍ୟାୟିକ ହେପାଜତର ସମୟ, ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କଲେ

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତର ସମୟ ଶେଷ ହେଉଥିବା ବେଳେ ଏହାକୁ ଅକ୍ଟୋବର ୬ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି। ଏହା ସହ ଡ୍ରଗ୍ସ ମାମଲାରେ ଜଡିତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ସେପ୍ଟେମ୍ବର ୧୧ରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ରିୟା, ତାଙ୍କ ଭାଇ ସୌଭିକ୍ ଏବଂ ଅନ୍ୟ ଚାରିଜଣଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ରିୟା ଚକ୍ରବର୍ତ୍ତୀଙ୍କୁ ସେପ୍ଟେମ୍ବର ୮ରେ ଗିରଫ କରାଯାଇ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଥିଲା | ଆଜି ତାଙ୍କର ନ୍ୟାୟିକ ହେପାଜତର ସମୟ ଶେଷ ହେଉଥିବା ବେଳେ ରିୟା ଜାମିନ ପାଇଁ ଆବେଦନ କରିଛନ୍ତି।

Rhea, family have not received CBI summons: Lawyer
Policenama

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବା ଏବଂ ତାଙ୍କ ଡ୍ରଗ୍ସ ଖାଇବାର ଅଭ୍ୟାସ କରାଇବା ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଏବଂ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା। ଏହାପୂର୍ବରୁ ରିୟା ନିଶା ସେବନ କରୁଥିବା କଥା ମନା କରିଦେଇଥିଲେ, କିନ୍ତୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଯାଞ୍ଚ କରିବା ପରେ ରିୟା ଡ୍ରଗ୍ସ ନେଉଥିବା ଏବଂ ସୁଶାନ୍ତ ପାଇଁ ଡ୍ରଗ୍ସ ଆଣୁଥିବା କଥା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର