ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା: ତଦନ୍ତରେ ସହଯୋଗ ନକରିବା ସହିତ କିଛି ମନେ ନାହିଁ ବୋଲି କହୁଛନ୍ତି ରିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ସହ ବୟାନ ରେକର୍ଡ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ଆଜି ସକାଳେ ପହଞ୍ଚିଥିଲେ । ତେବେ ତଦନ୍ତରେ ରିୟା ସହଯୋଗ କରୁ ନଥିବା ଖବର ସାମ୍ନାକୁ ଆସୁଥିବା ବେଳେ ସେ ଇଡିର ପ୍ରଶ୍ନର ସଠିକ୍‌ ଉତ୍ତର ଦେଉ ନଥିବା ବି କୁହାଯାଉଛି। ବିଭିନ୍ନ ଘଟଣାରେ ତାଙ୍କର ସବିଶେଷ ତଥ୍ୟ ମନେ ନଥିବା କଥା ରିୟା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କୁ କହିଛନ୍ତି।

navbharattimes.indiatimes.com

ସୌଭିକ୍ ଚକ୍ରବର୍ତ୍ତୀ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିବାର ଦୁଇ ଘଣ୍ଟା ପରେ ବାହାରକୁ ବାହାରି ଆସିଥିଲେ। ଇଡି ଅଧିକାରୀମାନେ ସୌଭିକଙ୍କୁ କିଛି କାଗଜପତ୍ର ମାଗିଥିଲେ। ସେ ଏହି କାଗଜପତ୍ର ନେଇ ପୁଣି ଇଡି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ।

ତେବେ ଇଡି କାର୍ଯ୍ୟାଳୟରେ ଟଙ୍କା ହେରଫେର ମାମଲାରେ ରିୟାଙ୍କୁ ଇଡି ପଚରାଉଚରା କରିଥିଲା ବୋଲି କୁହାଯାଉଛି। ରିୟା ସୁଶାନ୍ତ ସିଂଙ୍କ ଆକାଉଣ୍ଟରୁ ୧୫କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିବା ବେଳେ କେଉଁ କାରଣ ପାଇଁ ଏତେ ଟଙ୍କା ଉଠାଇଥିଲେ, ସେ ନେଇ ପ୍ରଶ୍ନ କରିଛି ଇଡି। ଏହା ସହ ରିୟା କିିଣିଥିବା ସମ୍ପତ୍ତି ବିଷୟରେ ମଧ୍ୟ ଇଡି ପଚରାଉଚରା କରିଥିବା ଜଣା ପଡ଼ିଛି।

rhea chakraborty is not cooperating ed: ED की पूछताछ ...
navbharattimes.indiatimes.com

ଏଥିସହିତ ଇଡି ମୁମ୍ବାଇରେ ରିୟାଙ୍କ ଖାରସ୍ଥିତ ଫ୍ଲାଟକୁ ମଧ୍ୟ ସନ୍ଦେହ ନଜରରେ ଦେଖୁଛି। ଏହି ଫ୍ଲାଟ କିଣିବା ପାଇଁ ଲାଗିଥିବା ଟଙ୍କା ରିୟା ସୁଶାନ୍ତଙ୍କଠାରୁ ନେଇଥିବା ସନ୍ଦେହ କରି ଇଡି ରିୟା ଏବଂ ତାଙ୍କ ଭାଇଙ୍କୁ ପଚରାଉଚରା ପାଇଁ ଡାକିଥିଲା । କେବଳ ଏତିକି ନୁହେଁ, ୫ବର୍ଷର ଆୟକର ରିଟର୍ଣ୍ଣ ଦେଖାଇବାକୁ ରିୟାଙ୍କୁ ମଧ୍ୟ କୁହାଯାଇଛି।

ସମ୍ବନ୍ଧିତ ଖବର