ମୁମ୍ବାଇ: ଡ୍ରଗ୍ସ କାରବାର କରୁଥିବାରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏବେ ଏହାର ତଦନ୍ତକୁ ଜୋରଦାର କରିଛି। ଅଧିକ ସୂଚନା ପାଇଁ ସୁଶାନ୍ତଙ୍କ ଫାର୍ମହାଉସରେ ମଧ୍ୟ ଖୋଜାଖୋଜି କରାଯାଇଥିଲା, ଯେଉଁଠାରୁ ଅନେକ ଜିନିଷ ସାମ୍ନାକୁ ଆସିଥିବା ଜଣା ପଡ଼ିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ସୁଶାନ୍ତଙ୍କ ଫାର୍ମହାଉସ ମ୍ୟାନେଜର ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଅଭିନେତ୍ରୀ ସାରା ଅଲୀ ଖାନ ସୁଶାନ୍ତଙ୍କ ପାର୍ଟିରେ ଯୋଗ ଦେଉଥିଲେ। ରିୟା ଚକ୍ରବର୍ତ୍ତୀ ତାଙ୍କ ପରେ ଆସିବା ଆରମ୍ଭ କଲେ |
ମ୍ୟାନେଜର ରଇସ୍ କହିଛନ୍ତି ଯେ, ସୁଶାନ୍ତଙ୍କ ଫାର୍ମହାଉସରେ ପାର୍ଟି ହେଉଥିଲା, ଯେଉଁଠିକୁ ଅନେକ ବଲିଉଡ ତାରକା ଆସୁଥିଲେ। ସାରା ଅଲ୍ଲୀ ଖାନ ପ୍ରଥମେ ପାର୍ଟି କରିବା ପାଇଁ ଆସୁଥିବା ବେଳେ ଅପ୍ରେଲରେ ରିୟା ଚକ୍ରବର୍ତ୍ତୀ ଆସିବା ଆରମ୍ଭ କରିିଥିଲେ | ମୁଁ କେବେ ବି ସୁଶାନ୍ତଙ୍କୁ ଡ୍ରଗ୍ସ ସେବନ କରୁଥିବାର ଦେଖି ନାହିଁ। କିନ୍ତୁ ତାଙ୍କ ପାର୍ଟିକୁ ସ୍ମୋକିଂ ପେପର ଅଣାଯାଉଥିଲା। କିନ୍ତୁ କ’ଣ ପାଇଁ ଅଣାଯାଉଥିଲା, ସେ ବିଷୟରେ ଜାଣି ନାହିଁ |

ପବନା ଡ୍ୟାମରେ ନିର୍ମିତ 'ଆପତି ଗୱାଣ୍ଡେ'ରେ ନାମକ ଏକ ଦ୍ୱୀପ ଉପରେ ମଧ୍ୟ ଏନସିବିର ନଜର ରହିଛି। ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହ ଅନେକ ଥର ସେହି ଦ୍ୱୀପକୁ ଯାଇଥିବା ବେଳେ ସାରା ୪-୫ଥର ଏବଂ ଶ୍ରଦ୍ଧା କପୁର ମଧ୍ୟ ସୁଶାନ୍ତଙ୍କ ସହ ସେଠାକୁ ଯାଉଥିଲେ ବୋଲି ଏନସିବି ଜାଣିବାକୁ ପାଇଛି।