ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ କଥା ସାମ୍ନାକୁ ଆସିବାରେ ଲ‌ାଗିଛି। ବର୍ତ୍ତମାନ ମୁମ୍ବାଇ ପୁଲିସର ଡେପୁଟି କମିଶନର ପରମଜିତ୍ ସିଂ ଦହିୟା କହିଛନ୍ତି ଯେ, ସୁଶାନ୍ତଙ୍କ ଭିଣୋଇ ରିୟାଙ୍କ ଉପରେ ଚାପ ପକାଇ ସୁଶାନ୍ତଙ୍କ ସହ ସବୁ ସଂପର୍କ ଛିନ୍ନ କରିବା ପାଇଁ କହିବାକୁ ମୋତେ କହିଥିଲେ। ଏହା ସହ ରିୟା ଚକ୍ରବର୍ତ୍ତୀଙ୍କୁ ପୁଲିସ ଷ୍ଟେସନକୁ ଆଣି ଚାପୁଡ଼ା ମାରିବା ପାଇଁ ମଧ୍ୟ ମୋତେ କହିଥିଲେ।

Advertisment

ପରମଜିତ ସିଂ କହିଛନ୍ତି, ସୁଶାନ୍ତ ସିଂ ରାଜପୁତଙ୍କ ଭିଣୋଇ ତଥା ଆଇପିଏସ୍ ଅଧିକାରୀ ଓପି ସିଂ ତାଙ୍କୁ ଫେବୃଆରୀରେ ହ୍ବାଟସଆପ ମେସେଜ କରିଥିଲେ। ରିୟା ସୁଶାନ୍ତଙ୍କୁ ନିଜ ଅଧିନରେ ରଖିବାକୁ ଚାହୁଥିବା କଥା କହିବା ସହ ପୁଲିସ ଷ୍ଟେସନ ଡ଼ାକି ତାଙ୍କ ଉପରେ ଚାପ ପକାଇବା ପାଇଁ କହିଥିଲେ। ଏହା ସହ ତାଙ୍କୁ ଧମକ ଦେଇ ସୁଶାନ୍ତଙ୍କ ସହ ସବୁ ସଂପର୍କ ଛିନ୍ନ କରିଦେବାକୁ ଚାପ ପକାଇବା ପାଇଁ ମଧ୍ୟ ମୋତେ ମେସେଜ କରି ଜଣାଇଥିଲେ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ମିଳିସାରିଥିବା ବେଳେ ଡେପୁଟି କମିଶନରଙ୍କ ଏଭଳି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Rhea Chakraborty was not allowed to attend Sushant Singh Rajput's ... Hindustan Times

ଅନ୍ୟ ପକ୍ଷରେ ସୁଶାନ୍ତଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ସେ ଫେବୃଆରୀରେ ବାନ୍ଦ୍ରା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅର ଜୀବନ ପ୍ରତି ବିପଦ ରହିଛି କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଇ ନଥିଲା।  ତେବେ ସୁଶାନ୍ତଙ୍କ ପରିବାର ଲୋକ ସମ୍ପୂର୍ଣ୍ଣ ମିଛ କଥା କହୁଛନ୍ତି ବୋଲି ଡେପୁଟି କମିଶନର ପରମଜିତ ସିଂ ଦହିଆ କହିଛନ୍ତି ।