ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କୁ ତାଙ୍କ କର୍ମଚାରୀମାନେ ହତ୍ୟା କରିଛନ୍ତି ବୋଲି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଅଙ୍କିତ୍ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସୁଶାନ୍ତ କୌଣସି ପରିସ୍ଥିତିରେ ଆତ୍ମହତ୍ୟା କରି ନ ପାରନ୍ତି ବୋଲି ଅଙ୍କିତ କହିଛନ୍ତି। ସେହିଭଳି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରିୟା ଚକ୍ରବର୍ତ୍ତୀଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ରିତେଶ ଶାହଙ୍କୁ ସମନ ଜାରି କରିଛି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଘଟଣାକୁ ସିଏ ରିତେଶ ଶାହ ଅସ୍ବୀକାର କରିଥିଲେ। ସୁଶାନ୍ତଙ୍କ ବାପା କେକେ ସିଂହ ରିୟାଙ୍କ ବିରୋଧରେ ମନି ଲଣ୍ଡରିଂ ନେଇ ଏଫ୍ଆଇଆର୍ ଦେବା ପରେ ଇଡି ଏହି ମାମଲାର ତଦନ୍ତ କରୁଛି। ଏହା ପୂର୍ବରୁ ଇଡି ରିୟା ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମାରାଥନ ଜେରା କରି ସାରିଛି। ଅପରପକ୍ଷେ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏବେ ବଲିଉଡ, ମୁମ୍ବାଇ ପୁଲିସ ଏବଂ ମହାରାଷ୍ଟ୍ର ସରକାରଙ୍କ ପାଇଁ ‘ୱାଟର ଲୁ’ ଏବଂ ‘ୱାଟରଗେଟ୍’ ପାଲଟିଛି ବୋଲି ବରିଷ୍ଠ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି। ମୁମ୍ବାଇ ପୁଲିସର କାର୍ଯ୍ୟଧାରା ଉପରେ ସ୍ବାମୀ ସନ୍ଦେହ ପ୍ରକାଶ କରିବା ସହ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।
‘ସୁଶାନ୍ତଙ୍କୁ ହତ୍ୟା କରାଯାଇଛି’; ରିୟା ଚକ୍ରବର୍ତ୍ତୀଙ୍କ ସିଏ ରିତେଶ ଶାହଙ୍କୁ ଇଡିର ସମନ
ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୁଲିସ ପାଇଁ ‘ୱାଟର ଲୁ’ ଓ ‘ୱାଟରଗେଟ୍’ ଭଳି: ସୁବ୍ରମଣ୍ୟମ ସ୍ବାମୀ
/sambad/media/post_attachments/wp-content/uploads/2020/08/878354-rhea-sushant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)