ମୁମ୍ବାଇ: ଏନସିବି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରିଥିବା ବେଳେ ରିୟାଙ୍କ ପରେ ଅନେକ ବଲିଉଡ କଳାକାରଙ୍କ ନାଁ ସାମ୍ନାକୁ ଆସିବାରେ ଲାଗିଛି। ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ ଏବଂ ସାରା ଅଲି ଖାନଙ୍କ ପରି ଏବେ ବଲିଉଡର ଅନ୍ୟତମ ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଡ୍ରଗ୍ସ ନେଉଥିବା କଥା ସାମ୍ନାକୁ ଆସିଛି।

Advertisment

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା କରାଯାଇଥିବା ଡ୍ରଗ୍ସ ମାମଲାର ଯାଞ୍ଚ ବେଳେ ଡି,ଏନ୍, ଏସ, କେ (ଡି ଅର୍ଥାତ୍ ଦୀପିକା ପାଦୁକୋନ, ଏନ ଅର୍ଥାତ୍ ନମ୍ରତା ଶିରୋଦକର, ଏସ ଅର୍ଥାତ୍ ଶ୍ରଦ୍ଧା କପୁର ଏବଂ କେ ଅର୍ଥାତ୍ କରିସ୍ମା)ଙ୍କ ନାମ ଆସିଥିଲା ​​| ସେଥିମଧ୍ୟରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ସବୁଠାରୁ ବଡ ନାମ ହେଉଛି ଦୀପିକା ପାଦୁକୋନଙ୍କ ନାମ, ଯାହାଙ୍କ ନାମ ଡ୍ରଗ୍ସ ମାମଲାରେ ସାମିଲ ହୋଇଛି।

Deepika padukone name involve in bollywood viral drug chat - Deepika Padukone Drug Chat: बॉलीवुड के ड्रग्स कनेक्शन की जांच दीपिका पादुकोण तक पहुंची, सामने आया वॉट्सऐप चैट Hindustan

ଜୟା ସାହାଙ୍କ କମ୍ପାନି ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ପାଦୁକୋନଙ୍କ ଡ୍ରଗ୍ ଚାଟ୍ ସାମ୍ନାକୁ ଆସିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନସିବି ହାତରେ ଦୀପିକା ଓ କରିସ୍ମାଙ୍କ ମଧ୍ୟରେ ହୋଇଥିବା ହ୍ବାଟସଆପ ଚାଟ୍ ଲାଗିଛି, ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ କରିସ୍ମା ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି । ଦୀପିକା ଏଥିରେ କରିସ୍ମାଙ୍କୁ ପଚାରୁଛନ୍ତି, 'ତୁମ ପାଖରେ ମାଲ ଅଛି ଅଛି କି?' ଏହାର ଉତ୍ତରରେ କରିସ୍ମା କହୁଛନ୍ତି- 'ହଁ ... କିନ୍ତୁ ଘରେ। ମୁଁ ବାନ୍ଦ୍ରା ରେ ଅଛି।

ଏହା ଉପରେ କରିସ୍ମା ଜଣେ ଅମିତ ନାମକ ଯୁବକଙ୍କ ନାମ ନେଇ କହୁଛନ୍ତି ଯେ ମୁଁ ଅମିତକୁ ପଠାଇ ପାରିବି। ଏହା ଉପରେ ଦୀପିକା କହୁଛନ୍ତି- 'ହଁ, ଦୟାକରି ପଠାଅ।' କିଛି ସମୟ ପରେ କରିସ୍ମା କହୁଛନ୍ତି, 'ଅମିତ ଦେବା ପାଇଁ ଗଲା।' ଏହା ଉପରେ ଦୀପିକା ପଚାରୁଛନ୍ତି - 'ହାଶ ଅଛି କି? କିନ୍ତୁ କରିସ୍ମା କହିଛନ୍ତି ଯେ ହାଶ ନୁହେଁ ଗଞ୍ଜେଇ ଅଛି।