ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ଆନ୍ଦୋଳନରେ ସାମିଲ ହେବାରୁ ସାବଧାନ ଇଣ୍ଡିଆରୁ ବିଦା ହେଲେ ଉପସ୍ଥାପକ ସୁଶାନ୍ତ ସିଂହ

ନୂଆଦିଲ୍ଲୀ: ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଭିନେତା ସୁଶାନ୍ତ ସିଂହଙ୍କୁ କ୍ରାଇମ୍ ସୋ’ ‘ସାବଧାନ ଇଣ୍ଡିଆ’ରୁ ବାହାର କରାଯାଇଥିବା ଜଣାପଡ଼ିଛି। ସୁଶାନ୍ତ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହେବା ପରେ ତାଙ୍କୁ ଏହାର ପ୍ରଯୋଜନା କରୁଥିବା ଟିଭି ଚାନେଲ୍ ସୋ’ରୁ ବାହାର କରିଥିବା ଚର୍ଚ୍ଚା ହେଉଛି। ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସୁଶାନ୍ତ ସିଂହ।

bhaskar.com

ସୋ’ରୁ ବାହାର କରାଯିବା ପରେ ସୁଶାନ୍ତ କହିଛନ୍ତି , ‘ମୁଁ ନିଜର ପ୍ରତିଭା ବିକ୍ରି କରେ, ନିଜର ବିବେକ ନୁହେଁ। ତାଙ୍କ ଅଭିନୀତ ସିନେମା ‘ରଙ୍ଗବାଜ୍ ଫିରସେ’ର ପ୍ରମୋସନ ସମୟରେ ସୁଶାନ୍ତଙ୍କୁ ସୋ’ରୁ ବାହାର କରାଯିବା ପଛର କାରଣ ପଚରା ଯାଇଥିଲା। ଏହାର ଉତ୍ତର ରଖି ସେ କହିଥିଲେ, ‘କାଲି ରାତିରେ ମୁଁ ଜାଣିବାକୁ ପାଇଲି କି ଚ୍ୟାନେଲ ସହ କେବଳ ମୋର ଚୁକ୍ତି ‌‌ଶେଷ ହୋଇଯାଇଛି। ମୋତେ ଏ ନେଇ କୌଣସି ଖାସ୍ କାରଣ ଜଣାଯାଇ ନାହିଁ। ମୁଁ ମଧ୍ୟ ଏହାର କାରଣ ଖୋଜିବାକୁ ଚାହୁଁ ନାହିଁ। ଯେଉଁଦିନ ମୁଁ ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲି, ସେହି ଦିନ ମୋର କଣ୍ଟ୍ରାକ୍ଟ ଶେଷ ହୋଇ ଯାଇଥିଲା। ଏହାକୁ ଆମେ ସଂଯୋଗ ମଧ୍ୟ କହି ପାରିବା।’ ତେବେ କଥା କଥାରେ ଆନ୍ଦୋଳନରେ ସାମିଲ ହେବାରୁ ହିଁ ତାଙ୍କୁ ସୋ’ରୁ ବାହାର କରାଯାଇଥିବା ସେ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର