ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଲଗାତାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଉଛି। ଏ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ଯଦି ସୁଶାନ୍ତ ସିଂଙ୍କ ପିତା ସିବିଆଇ ତଦନ୍ତ ପାଇଁ ଦାବି କରନ୍ତି ତେବେ ମାମଲାର ତଦନ୍ତ ସିବିଆଇକୁ ଦିଆଯାଇପାରିବ।
India Forumsନୀତିଶ କୁମାର କହିଛନ୍ତି ଯେ, ଯଦି ଏହି ମାମଲାରେ ଏଫଆଇଆର ଦାଖଲ କରିଥିବା ସୁଶାନ୍ତଙ୍କ ପିତା କେ.କେ ସିଂ ସିବିଆଇ ତଦନ୍ତ ଦାବି କରନ୍ତି, ତା’ହେଲେ ତାଙ୍କ ସରକାର ଗୃହ ମନ୍ତ୍ରାଳୟକୁ ସିବିଆଇ ଦ୍ୱାରା ଅନୁସନ୍ଧାନ କରିବାକୁ କହିପାରିବେ। ଏଫ୍ଆଇଆର୍ ପଞ୍ଜୀକୃତ ହେବା ପରେ ଏହାର ତଦନ୍ତ କରିବା ବିହାର ପୁଲିସର ଦାୟିତ୍ବ ଏବଂ ସେମାନେ ଏହା କରୁଛନ୍ତି। ତାଙ୍କ ପିତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏଫଆଇଆର ଦାଖଲ କରିଛନ୍ତି ତେଣୁ ମୁମ୍ବାଇ ପୁଲିସ ବିହାର ପୁଲିସ ସହ ସହଯୋଗ କରିବା ଉଚିତ। ବିହାର ପୁଲିସ ଗମ୍ଭୀର ଭାବେ ଏବଂ ସଚ୍ଚୋଟତାର ସହ ଘଟଣାର ତଦନ୍ତ କରୁଛି। ପରିବାରକୁ ନ୍ୟାୟ ମିଳିବା ଉଚିତ୍ ବୋଲି ସେ କହିଛନ୍ତି। ତେବେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସମତେ ତାଙ୍କ ଭଉଣୀ ମଧ୍ୟ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/t-11.jpg)