ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ସିବିଆଇ କରିବ ଜେରା

ମୁମ୍ବାଇ ପୁଲିସ ସିବିଆଇକୁ ହସ୍ତାନ୍ତର କଲା ସୁଶାନ୍ତଙ୍କ ଫୋନ୍‌, ଲାପ୍‌ଟପ

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ସିବିଆଇର ଏକ ତଦନ୍ତକାରୀ ଦଳ ମୁମ୍ବାଇରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ସିବିଆଇର ଏକ ଟିମ୍‌ ବାନ୍ଦ୍ରା ଥାନାରେ ପହଞ୍ଚି ମୁମ୍ବାଇ ପୁଲିସ ନିକଟରୁ ତଦନ୍ତ ଦାୟିତ୍ବ ନିଜ ହାତକୁ ନେଇଛି। ସୁଶାନ୍ତଙ୍କ ମୃତ ଦେହକୁ କୁପର ହସ୍ପିଟାଲ୍‌ର ଯେଉଁ ୫ ଜଣ ଡାକ୍ତର ବ୍ୟବଚ୍ଛେଦ କରିଥିଲେ ସିବିଆଇ ସେମାନଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି। ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତ ଦେହ ତାଙ୍କ ବାସଭବନରୁ ମୁମ୍ବାଇ ପୁଲିସ ଉଦ୍ଧାର କରିଥିଲା। ତେବେ ଜୁନ୍ ୧୫ ତାରିଖରେ ସୁଶାନ୍ତଙ୍କ ମୃତ ଦେହ ବ୍ୟବଚ୍ଛେଦ ବେଳେ ରିୟା ଚକ୍ରବର୍ତ୍ତୀ ହସ୍ପିଟାଲରେ କାହିଁକି ଉପସ୍ଥିତ ଥିଲେ, ସେନେଇ ସିବିଆଇ ତଦନ୍ତ କରିବ। ସିବିଆଇ ଆଜି ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚିଛି। ସୁଶାନ୍ତଙ୍କ ଆପାର୍ଟମେଣ୍ଟର କେୟାରଟେକରଙ୍କୁ ସିବିଆଇ ମଧ୍ୟ ଜେରା କରିଛି।

ମୁମ୍ବାଇ ପୁଲିସ ସିବିଆଇକୁ ହସ୍ତାନ୍ତର କଲା ସୁଶାନ୍ତଙ୍କ ଫୋନ୍‌, ଲାପ୍‌ଟପ
ମୁମ୍ବାଇ : ମୁମ୍ବାଇରେ ପହଞ୍ଚି ସିବିଆଇ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ଆଜି ସକାଳେ ସିବିଆଇ ମୁମ୍ବାଇର ବାନ୍ଦ୍ରା ଥାନାରେ ପହଞ୍ଚି ସୁଶାନ୍ତଙ୍କ କେସ୍‌ ଡାଇରୀ, ଫୋନ୍‌ ଏବଂ ଲାପ୍‌ଟପ୍‌ ସଂଗ୍ରହ କରିଛି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଅଧିକ ତଥ୍ୟ ପାଇଁ ସିବିଆଇ ମୁମ୍ବାଇ ପୁଲିସ ଡିସିପି (୯ ନମ୍ବର ଜୋନ୍‌) ଅଭିଷେକ ତ୍ରି‌ମୁଖେଙ୍କୁ ଭେଟିଥିଲା। ଏହି ଅବସରରେ ସିବିଆଇ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚିଥିଲା। ସିବିଆଇ ସୁଶାନ୍ତଙ୍କ ଆପାର୍ଟମେଣ୍ଟର କେୟାରଟେକରଙ୍କୁ ଜେରା କରି କିଛି ତଥ୍ୟ ହାସଲ କରିଛି। ଏହାପରେ ମାମଲାର ଅଧିକ ତଥ୍ୟ ସଂଗ୍ରହ ପାଇଁ ସିବିଆଇ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ପିତା କେ.କେ. ସିଂହଙ୍କ ଏତଲା କ୍ରମେ ସିବିଆଇ ଗତ ଅଗଷ୍ଟ ୭ରେ ଏହି ମାମଲାର ତଦନ୍ତ ଦାୟିତ୍ବ ନେଇ ପ୍ରଥମେ ରିୟା ଚକ୍ରବର୍ତ୍ତୀ, ତାଙ୍କ ବାପା ଇନ୍ଦ୍ରଜିତ୍‌, ମା’ ସନ୍ଧ୍ୟା, ଭାଇ ସୌଭିକ, ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଶ୍ରୁତି ମୋଦୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର