ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏନ୍ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ) ଆଜି ରିଆ ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ୨୦୨୦ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ଡ୍ରଗ୍ସ ଚୋରାଚାଲାଣ, ଡ୍ରଗ୍ସ କ୍ରୟ ବିକ୍ରୟ ଏବଂ ବଲିଉଡ୍ରେ ଡ୍ରଗ୍ସ ବଣ୍ଟନ ଭଳି ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିବା ନେଇ ଏନ୍ସିବି ରିଆଙ୍କ ସମେତ ମୋଟ୍ ୩୫ ଅଭିଯୁକ୍ତଙ୍କ ବିରୋଧରେ ସ୍ବତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଜୁନ୍ ୨୦୨୦ରେ ସୁଶାନ୍ତ ସିଂହ ରାଜପୁତଙ୍କର ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା। ରାଜପୁତଙ୍କ ପୂର୍ବତନ ରୁମ୍ମେଟ୍ ସିଦ୍ଧାର୍ଥ ପିଠାନି ଏବଂ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଅତ୍ୟଧିକ ଡ୍ରଗ୍ସ ସେବନ ପାଇଁ ଉତ୍ସାହିତ କରିଥିଲେ। ରିଆ ସୁଶାନ୍ତଙ୍କ ପାଇଁ ନିଷିଦ୍ଧ ଡ୍ରଗ୍ସ କିଣୁଥିଲେ ବୋଲି ଏନ୍ସିବି ଚାର୍ଜସିଟ୍ରେ ଦର୍ଶାଯାଇଛି। ଏନ୍ସିବି କହିଛନ୍ତି, ୨୦୨୦ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ରାଜପୁତଙ୍କ ପୂର୍ବତନ ରୁମ୍ମେଟ୍ ସିଦ୍ଧାର୍ଥ ପିଠାନି ରିଆ ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌବିକ, ମିରାଣ୍ଡା ଏବଂ ସାୱନ୍ତଙ୍କ ସହ ଯୋଗାଯୋଗରେ ଥିଲେ। ଅଭିଯୁକ୍ତ ପିଠାନି ସୁଶାନ୍ତ ସିଂହ ରାଜପୁତଙ୍କ କୋଟାକ ଆପ୍ ବ୍ୟବହାର କରି ଡ୍ରଗ୍ସ କିଣୁଥିଲେ। ଉଲ୍ଲେଖଯୋଗ୍ୟ, ପିଠାନିଙ୍କୁ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମେ’ ୨୦୨୧ରେ ଗିରଫ କରାଯାଇଥିଲା।
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରିଆଙ୍କ ବିରୋଧରେ ଏନ୍ସିବି ଚାର୍ଜସିଟ୍
/sambad/media/post_attachments/wp-content/uploads/2020/12/rhea-sushant-1200.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)