ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବିହାର ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ

ପକ୍ଷ‌ ହେବାକୁ ଆବେଦନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଜି ବିହାର ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ. ସିଂହ ପାଟନା ପୁଲିସ ନିକଟରେ ଏଫ୍‌ଆଇଆର୍‌ କରିବା ପରେ ମାମଲାର ପରିଚାଳନା ମୁମ୍ବାଇକୁ ସ୍ଥାନାନ୍ତର କରାଯାଉ ବୋଲି ରିୟା ଚକ୍ରବର୍ତ୍ତୀ ସୁପ୍ରିମ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସୁପ୍ରିମ୍‌ କୋର୍ଟରେ ରିୟାଙ୍କ ଏଭଳି ଆଦେବନ ଭ୍ରମାତ୍ମକ ବୋଲି ଦର୍ଶାଇ ଆଜି ବିହାର ସରକାର ସୁପ୍ରିମ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ବିହାର ପୁଲିସର ତଦନ୍ତ ପରିସରଭୁକ୍ତ ବୋଲି ବିହାର ସରକାରଙ୍କ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି।

ଅନ୍ୟପକ୍ଷରେ ମାମଲାକୁ ପାଟନାରୁ ମୁମ୍ବାଇକୁ ସ୍ଥାନାନ୍ତର କରିବା ନେଇ ରିୟା ଚକ୍ରବର୍ତ୍ତୀ ସୁପ୍ରିମ୍‌ କୋର୍ଟରେ କରିଥିବା ଆବେଦନ ଘଟଣାରେ କେନ୍ଦ୍ର ସରକାର ମଧ୍ୟ ସୁପ୍ରିମ୍‌ କୋର୍ଟ ଯାଇଛନ୍ତି। ଏହି ମାମଲ‌ାରେ ନିଜକୁ ଏକ ପକ୍ଷ କରିବାକୁ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର